Odiapua.com

ପିପିଲି ଉପନିର୍ବାଚନରେ ଚର୍ଚ୍ଚିତ ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁ ..

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପ୍ରଚାର ସମୟରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପିର ଜଣେ ଯୁବା ନାରୀନେତ୍ରୀ ହରପ୍ରିୟା ସାହୁ। ଏମିତିରେ ତ’ ବିଜେପିର କେତେକ ନେତ୍ରୀଙ୍କୁ ଭଲ ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା, କିନ୍ତୁ ହରପ୍ରିୟାଙ୍କ କଥାରେ ଥିଲା କିଛିଟା ଫରକ୍। ସକ୍ରିୟ ରାଜନୀତି କ୍ଷେତ୍ରକୁ ଆସିବାର ବେଶୀ ଦିନ ହୋଇନଥିବା ହରପ୍ରିୟା ସାହୁ ଏଇ କିଛି ଦିନ ତଳେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବରେ ଦାୟିତ୍ୱ ପାଇଛନ୍ତି। ପିପିଲି ଉପନିର୍ବାଚନରେ ପ୍ରଚାର କାର୍ଯ୍ୟ କହିବାକୁ ଗଲେ ତାଙ୍କ ପାଇଁ ଥିଲା ପ୍ରଥମ ସାଙ୍ଗଠନିକ କାର୍ଯ୍ୟ ଏବଂ ତାଙ୍କର ଏହି ପ୍ରଥମ ସାଙ୍ଗଠନିକ କାର୍ଯ୍ୟରେ ସେ ଖୁବ୍ ଭଲ ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ରଙ୍କ ବାଇକ୍ ରାଲିରେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ସମ୍ବିତଙ୍କ ସହିତ ମିଶି ଡୋର କ୍ୟାମ୍ପେନିଂ ହେଉ ବା ବିଜେପିର ପକ୍ଷ ରଖିବାରେ ଅଥବା ପିପିଲିର ମିଥ୍ୟା ବିକାଶ ଚିତ୍ର ଉଜାଗର କରି ମିଡିଆ ସାମ୍ନାରେ ଏବଂ ନିଜେ ସୋସିଆଲ୍ ମିଡିଆ ସାମ୍ନାରେ ସେ ଖୁବ୍ ସୁନ୍ଦର ଢଙ୍ଗରେ ଉପସ୍ଥାପନା କରିପାରିଥିଲେ।

ଏହା ବ୍ୟତୀତ ସେ ଖୁବ୍ ବ୍ୟବସ୍ଥିତ ଢଙ୍ଗରେ ମହିଳାମାନଙ୍କୁ ନେଇ ଛୋଟଛୋଟ ବୈଠକ କରାଇ ନିଜ ଦଳୀୟ ପାର୍ଥିଙ୍କ ସପକ୍ଷରେ ଆକର୍ଷିତ କରାଉଥିଲେ। ସ୍ଥାନୀୟ ସମସ୍ୟା, ଫନି ସହାୟତା ମିଳିବାରେ ଅନିୟମିତତା, ଆବାସ ଯୋଜନାର ଅନିୟମିତତା, ରାସ୍ତାଘାଟ, ପାନୀୟ ଜଳ, ବେକାରୀ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ଉପରେ ଏକ ଭିନ୍ନ ଢଙ୍ଗରେ ସ୍ଥାନୀୟ ମହିଳା ମାନଙ୍କ ମତ ସଂଗ୍ରହ କରାଇ ସେମାନଙ୍କ ତୁଣ୍ଡରୁ ସେମାନଙ୍କ ମତକୁ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରଚାର କରାଇବା ସହ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବିଫଳତାର ନଗ୍ନ ଚିତ୍ର ଉପସ୍ଥାପନ କରି ରାଜ୍ୟ ସରକାର ତଥା ପୂର୍ବତନ ବିଧାୟକଙ୍କୁ ଜବରଦସ୍ତ ଆର୍ଟାକ୍ କରୁଥିଲେ ହରପ୍ରିୟା। ତାଙ୍କର ଏପରି ପ୍ରଭାବୀ କାର୍ଯ୍ୟ ସଙ୍ଗଠନ ଭିତରେ ବରିଷ୍ଠ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ତେବେ, ଦୁର୍ଯୋଗକୁ ପ୍ରଚାର କାର୍ଯ୍ୟରେ ନିମଗ୍ନ ଥିବା ସମୟରେ ସେ କରୋନା ଆକ୍ରାନ୍ତ ହୋଇଗଲେ। ଅବସ୍ଥା ଗୁତୁତ୍ୱର ହୋଇଯାଇଥିଲା ଏବଂ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଖୁସିର କଥା ଏବେ ସେ ସୁସ୍ଥ ହୋଇ ଘରକୁ ଫେରି ହୋମ୍ ଆଇସୋଲେସନରେ ଅଛନ୍ତି।
-@Dr

କାଲି ଯିଏ ଧଜିଆ ଉଡ଼ାଉଥିଲେ ଆଜି ସିଏ ମାସ୍କ ପିନ୍ଧିବାକୁ ଦେଉଛନ୍ତି ପରାମର୍ଶ .. ଲଜ୍ଜା!