ଭୁବନେଶ୍ୱର/ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୩୧ଟି ପଞ୍ଚାୟତକୁ ନେଇ ବିଜେପିର ସାଙ୍ଗଠନିକ ବୈଠକ ବାବା ବାଲି କପିଳେଶ୍ବର ଶୈବ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ନେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା କେବଳ ପ୍ରଚାର ପ୍ରସାରେ ସୀମିତ ରହୁଥିବା ବେଳେ କେନ୍ଦ୍ରୀୟ ଯୋଜନାର ସୁଫଳ ଜନସାଧାରଣ ସଠିକ୍ ଭାବେ ପାଉଛନ୍ତି। ଯାହାର ଜବାବ ଜନସାଧାରଣ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେବେ ବୋଲି ପ୍ରଭାତୀ କହିଛନ୍ତି। ଏହାସହ ପ୍ରତି ପଞ୍ଚାୟତ ଏବଂ ୱାର୍ଡ଼ ସ୍ତରରେ ବିଜେପି ପ୍ରାର୍ଥୀ ହେବ ବୋଲି ପ୍ରଭାତୀ ପରିଡ଼ା କହିଥିଲେ।
-/Dr