ଭୁବନେଶ୍ୱର: ସାଧାରଣ ଭୋଟରଙ୍କୁ ପ୍ରଲୋଭିତ କରି ଜୋର ଜବରଦସ୍ତ ଭୋଟ୍ ହାତେଇବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ। ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ରଭାବେ ବ୍ୟବହାର କରୁଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ଦ୍ଵାରା ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ କରି ଦଳୀୟ ସ୍ବାର୍ଥରେ ଖର୍ଚ୍ଚ କରୁଛି ବିଜେଡି ବୋଲି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ କହିଛନ୍ତି। ପୌର ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରୀ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହି ସମୟରେ ନିର୍ବାଚନ କିମ୍ବା ଭୋଟର ମାନଙ୍କୁ ପ୍ରଭାବିତ କଲା ଭଳି କୌଣସି କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ବଳବତର ରହିଛି। କିନ୍ତୁ, ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଏହାର ଖୋଲାଖୋଲି ଉଲଘଂନ କରୁଛନ୍ତି। ଭୁବନେଶ୍ବର ମହାନଗର ନିଗମ ଜାଗମରା ଅନ୍ତର୍ଗତ ୬୩ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନି ରୁନୁ ଜେନା ଦିବା ଆଲୋକରେ ଟଙ୍କା ବାଣ୍ଟିବା ନିର୍ବାଚନ ଆଚରଣ ବିଧି ଉଲଂଘନ। ତେଣୁ ରାଜ୍ୟ ରାଜ୍ୟ ନିର୍ବାଚନ କମିଶନ ଏହାକୁ ଗୁରୁତ୍ଵର ସହ ବିଚାର କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି।
-/Dr