Odiapua.com

ରାହୁଲ ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ପରେ ନବୀନଙ୍କ ନିଷ୍ପତ୍ତି: ପିପିଲି ଉପନିର୍ବାଚନରେ ରାଲି କରିବନି ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି ରାଲି ଓ କ୍ୟାମ୍ପେନିଂ ମିଟିଂ କରିବ ନାହିଁ। ଆଜି ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ପାଇଁ ବିଜେଡି ରାଲି ଓ କ୍ୟାମ୍ପେନିଂରୁ ଦୂରେଇ ରହିବ ବୋଲି ନବୀନ କହିଛନ୍ତି। ଆଜି ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ନବୀନ ଟ୍ୱିଟରେ ଲେଖିଛନ୍ତି ଯେ ବିଜେଡି ଏକ ଦାୟିତ୍ୱବାନ ଦଳ। ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ। ଲୋକଙ୍କ ଜୀବନ ଅତି ମୂଲ୍ୟବାନ ହୋଇଥିବା ବେଳେ ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢୁଛୁ। କିନ୍ତୁ ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେତେବେଳେ ମୁଁ ରାଜନୈତିକ ଦଳମାନଙ୍କୁ ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରିବି ଯେ ସେ ପ୍ରଚାରର ଅବଧି ଓ ପଦ୍ଧତି ଉପରେ ପୁନର୍ବିଚାର କରନ୍ତୁ।

ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରୀ ..

ପ୍ରତିଟି ଜୀବନ ମୂଲ୍ୟବାନ ଓ ମୁଁ ଓଡ଼ିଶାବାସୀଙ୍କୁ ମୋର ପରିବାରର ସଦସ୍ୟ ବୋଲି ଭାବେ। ତେଣୁ କୋଭିଡ କଟକଣା ମଧ୍ୟରେ ବିଜେଡି ନିଷ୍ପତ୍ତି ନେଇଛି ଯେ ପିପିଲି ଉପନିର୍ବାଚନରେ ଦଳ ନିର୍ବାଚନ ରାଲି କରିବ ନାହିଁ ବୋଲି ଟୁଇଟ୍ କରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ଯେ କୋଭିଡ୍ କାରଣରୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏବଂ ଏହାପରେ ମମତା ବାନାର୍ଜୀ ନିର୍ବଚନୀ ରାଲି ନକରିବାକୁ ଘୋଷଣା କରିଛନ୍ତି।
-@Dr