Odiapua.com

ବିଜେପୁରରେ ନବୀନଙ୍କ ବିରୋଧରେ ସୁବାସ ଚୌହାନ! କ’ଣ ସୁବାସଙ୍କୁ ବଳି ପକାଇବାର ଯୋଜନା?

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଦୁଇଟି ସ୍ଥାନରୁ ପାର୍ଥି ହେଉଛନ୍ତି।ଗୋଟିଏ ନିଜର ପୂର୍ବ ଆସନ ହିଂଜିଳିକାଟୁ ଏବଂ ଦୂତୀୟଟି ବିଜେପୁର।ପଶ୍ଚିମ ଓଡ଼ିଶାରେ ନିଜର ସ୍ଥିତି ଆହୁରି ଅଧିକ ମଜଭୁତ କରିବାକୁ ଏହା ବିଜେଡିର ଯୋଜନା କୁହାଯାଉଛି।

ତେବେ,ବିଜେପି ବିଜେପୁରରେ କାହାକୁ କରିବ ପାର୍ଥି,ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି।ଗତ ଉପ ନିର୍ବାଚନରେ ଆମଦାନୀ କରି ପାର୍ଥି କରିଥିବା ଅଶୋକ ପାଣିଗ୍ରାହୀଙ୍କୁ ପାର୍ଥି କରିବ ନାଁ’ କୌଣସି ନୂଆ ଚେହେରାକୁ ଆଣିବ?ତେବେ ଏଥିରେ ନୂଆ ମୁହଁ ଭାବରେ ସଂଘ (ଆରଏସଏସ) ଭିତ୍ତିଭୂମିରୁ ଆସିଥିବା ସୁବାସ ଚୌହାନଙ୍କ ନାମ ଶୁଣିବାକୁ ମିଳୁଛି।

ସୁବାସ ଚୌହାନ ୨୦୧୪ରେ ବରଗଡ଼ ଲୋକସଭା ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ।ଏବଂ ବିଜେଡିକୁ ଭଲ ଟକ୍କର୍ ଦେଇ ପାଖାପାଖି ମାତ୍ର ୧୧ ହଜାର ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ।ତେଣୁ ଗତ ଥରର ତାଙ୍କର କଡ଼ା ଲଢ଼େଇକୁ ଦେଖି ୨୦୧୯ରେ ସୁବାସ ଚୌହାନଙ୍କ ଟିକେଟ ବରଗଡ଼ ଲୋକସଭା ପାଇଁ ପ୍ରାୟତଃ ଚୂଡ଼ାନ୍ତ ବୋଲି ଅନୁମାନ କରାଯାଉଥିଲା।ଏପରିକି ପ୍ରଥମ ପର୍ଯ୍ୟାୟ ଘୋଷଣାରେ ସୁବାସ ଚୌହାନଙ୍କ ଟିକେଟ ଘୋଷଣା ହୋଇଯିବ ବୋଲି ଆଶା କରାଯାଉଥିଲା।କିନ୍ତୁ ସେପରି ତ’ ହେଲା ନାହିଁ।ବରଂ ତାଙ୍କ ଟିକେଟ କାଟି ସୁରେଶ ପୂଜାରୀଙ୍କୁ ସେଠି ଲଦି ଦିଆଗଲା।ସୁରେଶ ପୂଜାରୀ ସମ୍ବଲପୁର ଲୋକସଭା ଆସନରୁ ପାର୍ଥି ହେବାର ଥିଲା।କିନ୍ତୁ ସମ୍ବଲପୁର ପାଇଁ ପାର୍ଥି ଆମଦାନୀ ହେବାରୁ ସୁରେଶ ପୂଜାରୀଙ୍କୁ ବରଗଡ଼ ପାଇଁ ଥଇଥାନ କରାଗଲା।ଏହାକୁ ନେଇ ସୁବାସ ଚୌହାନଙ୍କ ସମର୍ଥକ ଏବଂ ବରଗଡ଼ ବିଜେପିରେ ଅସନ୍ତୋଷ ବଢ଼ିଲା।ବିଦ୍ରୋହ ଦେଖାଦେଲା।ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ ହେଲା।ସୁବାସ ଚୌହାନ ଯେ, ସଂଘ ବ୍ୟାକଗ୍ରାଉଣ୍ଡର ତୃଣମୂଳ ସ୍ତରରୁ ଆସିଥିବା ନେତା।ସେ ବଜରଙ୍ଗ ଦଳର ରାଜ୍ୟ ଏବଂ ରାଷ୍ଟ୍ରୀୟ ସଂଯୋଜକ ରହି ସାରିଛନ୍ତି।ତେଣୁ ସୁରେଶ ପୂଜାରୀଙ୍କୁ ଟିକେଟ ମିଳିବା ଏବଂ ସୁବାସ ଚୌହାନଙ୍କ ଟିକେଟ କଟିବାକୁ ନେଇ ଉପୁଜିଥିବା ଅସନ୍ତୋଷ/ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ସୁବାସଙ୍କୁ ରାଜ୍ୟ ଉପସଭାପତି କରିବା ସହ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଜେପୁର ବିଧାନସଭା ଆସନ ପାଇଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ସୁବାସ ଚୌହାନଙ୍କୁ ପାର୍ଥି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ରାଜ୍ୟ ନେତୃତ୍ୱ।ତେବେ,ଏହାକୁ ସୁବାସ ଚୌହାନ କିପରି ଗ୍ରହଣ କରୁଛନ୍ତି ତାହା ତ’ ଜଣାପଡ଼ିନି।କିନ୍ତୁ ସୁବାସ ଚୌହାନଙ୍କ ରାଜନୈତିକ କ୍ୟାରିୟର ନଷ୍ଟ କରିଦେବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପାର୍ଥି କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ଆଲୋଚନା ହେଉଛି।ଏପରିକି କାହିଁକି ନିଜେ ଧର୍ମେନ୍ଦ୍ର ପ୍ରଧାନ ସେଠାରୁ ନବୀନଙ୍କ ବିରୋଧରେ ପାର୍ଥି ହେଉ ନାହାଁନ୍ତି ବୋଲି କଥା ଉଠୁଛି//ଦେବଦତ୍ତ