Odiapua.com

‘ରାମ ମନ୍ଦିର ଅପେକ୍ଷା ସୀତା ମନ୍ଦିର ବଡ ହେବାକୁ ଚାହିଁବି’ : ଚିରାଗ ପାସୱାନ୍

ନୂଆ ଦିଲ୍ଲୀ ୨୫-୧୦ (ଓଡ଼ିଆ ପୁଅ) ପାଖେଇ ଆସୁଛି ବିହାରର ବିଧାନସଭା ନିର୍ବାଚନ ତାରିଖ। ବିହାର ନିର୍ବାଚନ ପାଇଁ LJP ଏହାର ଭିଜନ ଡକ୍ୟୁମେଣ୍ଟରେ ସୀତା ମନ୍ଦିର ନିର୍ମାଣ ବିଷୟରେ ଉଲ୍ଲେଖ କରିଛି।

ବିହାର ନିର୍ବାଚନର କିଛି ଦିନ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ପ୍ରମୁଖ ଚିରାଗ ପାସୱାନ ରବିବାର ଦିନ ସୀତାମାଢ଼ିର ପୁନୌରା ଧାମ ଦର୍ଶନ କରିଥିଲେ।

ପ୍ରାର୍ଥନା କରିବା ପରେ ଏଲଜେପି ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦେବୀ ସୀତାଙ୍କ ପାଇଁ ଅଯୋଧ୍ୟାରେ ରାମ ମନ୍ଦିରଠାରୁ ବଡ଼ ମନ୍ଦିର ନିର୍ମାଣ କରିବାକୁ ସେ ଚାହୁଁଛନ୍ତି।

ନିଜର ଇଚ୍ଛା ପ୍ରକାଶ କରି ପାସୱାନ୍ କହିଛନ୍ତି: “ମୁଁ ଚାହୁଁଛି ଅଯୋଧ୍ୟାରେ ରାମ ମନ୍ଦିରଠାରୁ ବଡ଼ ମନ୍ଦିର ସୀତାମାଢ଼ିରେ ଦେବୀ ସୀତାଙ୍କ ପାଇଁ ନିର୍ମାଣ କରାଯାଉ। ଦେବୀ ସୀତାଙ୍କର ବିନା ଭଗବାନ ରାମ ଅଧୁରା। ସେହିପରି ରାମଙ୍କ ବିନା ସୀତା ମଧ୍ୟ। ତେଣୁ, ଅଯୋଧ୍ୟାର ରାମ ମନ୍ଦିର ଏବଂ ସୀତାମାଢ଼ିକୁ ସଂଯୋଗ କରୁଥିବା ଏକ କରିଡର ନିର୍ମାଣ କରାଯିବା ଉଚିତ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ରାଜ୍ୟ ନିର୍ବାଚନ ପାଇଁ ‘ବିହାର ପ୍ରଥମ ବିହାରୀ ପ୍ରଥମ’ ଭିଜନ ଡକ୍ୟୁମେଣ୍ଟରେ ଏଲଜେପି ଅଯୋଧ୍ୟାରେ ରାମ ମନ୍ଦିର ପରି ସୀତାମାଢ଼ିରେ ସୀତା ମନ୍ଦିର ନିର୍ମାଣ ବିଷୟରେ ଉଲ୍ଲେଖ କରିଛନ୍ତି।

ବିହାରରେ ପରବର୍ତ୍ତୀ ସରକାର ବିଷୟରେ ପଚରାଯିବାରୁ ଏଲଜେପି ମୁଖ୍ୟ କହିଛନ୍ତି: “ଆମେ ଆଗାମୀ ଏଲଜେପି ସରକାରରେ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବୁ। ଅବଶ୍ୟ ଆମ ସରକାର ଗଠନ ହେବ। ଅନ୍ତତଃ ପକ୍ଷେ ଯେଉଁମାନେ ମୁଖ୍ୟମନ୍ତ୍ରୀ ଥିଲେ ସେମାନେ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ ଏବଂ ଆମେ ବିଜେପି ନେତୃତ୍ୱରେ ଏକ ବିଜେପି-ଏଲଜେପି ସରକାର ଗଠନ କରିବୁ ବୋଲି ସେ କହିଥିବା ଏକ ରିପୋର୍ଟରୁ ପ୍ରକାଶ।

JD (U) ସହିତ “ଆଦର୍ଶଗତ ପାର୍ଥକ୍ୟ” ଦର୍ଶାଇ ଚିରାଗ ପାସୱାନ ଏନଡିଏ ସହଯୋଗୀ ଦଳ ଛାଡିବା ପରେ ଏଲଜେପି ଏବଂ ଜେଡି (ୟୁ) ମଧ୍ୟରେ ରାଜନୈତିକ ଯୁଦ୍ଧ ଜୋର ଧରିଛି। ଏହାପୂର୍ବରୁ ଅକ୍ଟୋବର ମାସରେ ବିଜେପି ନଅ ଜଣଙ୍କୁ ଦଳରୁ ବହିଷ୍କାର କରିଥିଲା ଯେଉଁମାନେ ଚିରାଗ ପାସୱାନଙ୍କ ଏଲଜେପିରେ ଯୋଗଦେଇଥିଲେ।

ସୂଚନାଯୋଗ୍ୟଯେ, ବିହାର ବିଧାନସଭା ପାଇଁ ନିର୍ବାଚନ ୨୮ ଅକ୍ଟୋବରରେ ଆରମ୍ଭ ହେବ ଏବଂ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣତି ୧୦ ନଭେମ୍ବରରେ ହେବ।