Odiapua.com

କିଏ ଜାଣିଛି ମୋଦୀଙ୍କ ବାପାଙ୍କ ନାଁ?

କଂଗ୍ରେସ ନେତାଙ୍କ ଅଶୋଭନୀୟ ଭାଷଣ
ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କହିବାକୁ ଯାଇ ଅନେକ କଂଗ୍ରେସ ନେତା ବିବାଦୀୟ ତଥା ଅଶୋଭନୀୟ ଭାଷଣ ଦେଉଥିବାର ଦେଖାଯାଉଛି।ଏବେ ରାଜ୍ ବାବରଙ୍କର ଏହିପରି ଏକ ମନ୍ତବ୍ୟ ଆସିଥିବା ବେଳେ ଏବେ ପୁଣି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଳାସ ରାଓ ମୁତ୍ତେୱରଙ୍କର ଏହି ପରି ଏକ ମନ୍ତବ୍ୟ ସମ୍ନାକୁ ଆସିଛି।ବିଳାସ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କହିଛନ୍ତି “ତମକୁ କିଏ ଜାଣିଥିଲା,ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ?ଆଜି ବି ତମ ବାପାଙ୍କ ନାଁ କେହି ଜାଣି ନାହାଁନ୍ତି।ରାହୁଲ ଗାନ୍ଧୀଙ୍କ ବାପାଙ୍କ ନାଁ ସମସ୍ତେ ଜାଣିଛନ୍ତି,ରାଜୀବ ଗାନ୍ଧୀ।ରାଜୀବ ଗାନ୍ଧୀଙ୍କ ମା’ଙ୍କର ନାଁ ସମସ୍ତେ ଜାଣନ୍ତି ଇନ୍ଦିରା ଗାନ୍ଧୀ।ଇନ୍ଦିରା ଗାନ୍ଧୀଙ୍କ ପିତା ଜୀ’ଙ୍କ ନାଁ ସମସ୍ତେ ଜାଣନ୍ତି ପଣ୍ଡିତ ଜବାହାର ଲାଲ ନେହେରୁ ଏବଂ ପଣ୍ଡିତ ନେହେରୁଙ୍କ ପିତା ଜୀ’ଙ୍କ ନାମ ସମସ୍ତେ ଜାଣନ୍ତି ମୋତିଲାଲ ନେହେରୁ।୫ ପିଢ଼ି ଧରି ଗୋଟିଏ ଲାଇନରେ ଏମାନଙ୍କୁ ସମସ୍ତେ ଜାଣନ୍ତି।କିନ୍ତୁ ଏ ନରେନ୍ଦ୍ର?ତା’ର ପିତା ଜୀ’ଙ୍କ ନାଁ ତ’ ଜଣାନାହିଁ, ତା’ ପିତା ଜୀ’ଙ୍କ କଥା ଛାଡ଼।ଆଉ ସେ ଆସି ହିସାବ ମାଗୁଛି?

ବିଳାସଙ୍କର ଏପରି ଅଶୋଭନୀୟ ଭାଷଣକୁ ବିଜେପି ପକ୍ଷରୁ ନାପସନ୍ଦ କରାଯିବା ସହ କଂଗ୍ରେସ ନେତାଙ୍କର ମୋଦୀଙ୍କ ପିତା/ମାତାଙ୍କୁ ନେଇ ଆକ୍ଷେପ କରିବାକୁ ଲଜ୍ଜା ଜନକ ବୋଲି କୁହାଯାଇଛି।/ଦେବଦତ୍ତ