Odiapua.com

ଚନ୍ଦ୍ରଯାନ-୨ କୁ ଦେଖି କାହିଁକି ଡରିଗଲେ ଅଷ୍ଟ୍ରେଲିଆ ବାସୀ ?

ନୂଆଦିଲ୍ଲୀ,୨୪/୭,(ଓଡ଼ିଆ ପୁଅ): ଇସ୍ରୋର ଚନ୍ଦ୍ରଯାନ-୨ ମିଶନର ସଫଳ ଲଞ୍ଚିଂ ପରେ ଅଷ୍ଟ୍ରେଲିଆ ବାସୀ ଏହାକୁ ନେଇ ସଂପୂର୍ଣ୍ଣ ଭାବେ ଡରିଯାଇଛନ୍ତି। ତେବେ ଆପଣମାନେ ଭାବୁଥିବେ ଯେ, ଇସ୍ରୋ ତ ଏହାକୁ ଲଞ୍ଚ କଲା। ହେଲେ ସେମାନେ ଡରିଗଲେ କଣ ପାଇଁ?

ତେବେ ଏପରି ହେବାର କାରଣ ଏହା ଯେ, ସୋମବାର ଲଞ୍ଚ ହେବା ପରେ ଯେତେବେଳେ ଏହା ମହାକାଶରେ ଯାଇ ଅଷ୍ଟ୍ରେଲିଆ ଆକାଶ ଛୁଇଁ ଥିଲା, ସେହି ସମୟରେ ଅଷ୍ଟ୍ରେଲିଆ ବାସୀ ଏହାକୁ ଏଲିୟନ ଭାବି ଭୟଭୀତ ହୋଇ ଯାଇଥିଲେ।