Odiapua.com

ନବୀନଙ୍କୁ ପ୍ରଶଂସା କରି ଚର୍ଚ୍ଚାରେ ବିଜେପି ନେତ୍ରୀ!

ଭୁବନେଶ୍ୱର:ରାଜନୀତି କ୍ଷେତ୍ରରେରେ ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ବିଜେପି ନେତ୍ରୀ ସାଇନା ଏନସି ଏବେ ଚର୍ଚ୍ଚାରେ।ସାଇନା ମହାରାଷ୍ଟ୍ର ବିଜେପିର ପ୍ରବକ୍ତା ଅଛନ୍ତି।ସମାଜରେ ୫୦% ଭାଗିଦାର ଥାଇ ମଧ୍ୟ ମହିଳା ମାନଙ୍କୁ କୌଣସି ରାଜନୈତିକ ଦଳ ସୁଯୋଗ ଦେଉନଥିବା ବେଳେ ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ଅଧିକ ସଂଖ୍ୟାରେ ମହିଳା ପାର୍ଥିଙ୍କୁ ଟିକେଟ ଦେଇଥିବାରୁ ସାଇନା ସେମାନଙ୍କୁ ପ୍ରଶଂସା କରିଥିଲେ।ଏଥିରୁ ଅନ୍ୟ ମାନେ ଶିଖିବା ଉଚିତ ସହ ମହିଳାମାନେ ନିଜ ନିଜ ଦଳରେ ଏ ପ୍ରସଙ୍ଗ ଉଠାଇବା ଉଚିତ ବୋଲି ସାଇନା କହିଥିଲେ।

ଓଡ଼ିଶାରେ ନବୀନ ପଟ୍ଟନାୟକ ମହିଳା ବିରୋଧୀ ବୋଲି ବିଜେପି ରାଜ୍ୟ ଶାଖା ଚିଲାଉଥିବା ବେଳେ ବିଜେପିର ଜଣେ ନେତ୍ରୀଙ୍କର ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନେଇ ଏବେ ଚର୍ଚ୍ଚା ଚାଲିଛି//ଦେବଦତ୍ତ

୩୩% ମହିଳାଙ୍କୁ ଟିକେଟ ନେଇ ନବୀନଙ୍କୁ ପ୍ରଶଂସା କଲେ ବିଜେପି ନେତ୍ରୀ!

https://twitter.com/odiapuanews/status/1115500385098014721