ଭୁବନେଶ୍ୱର: ମହାଭାରତରେ ଶ୍ରେଷ୍ଠ ଯୋଦ୍ଧା କିଏ? କୁହାଯାଏ, ଅର୍ଜୁନଙ୍କୁ ଶ୍ରେଷ୍ଠ ଯୋଦ୍ଧା ଭାବରେ ସିଦ୍ଧ କରାଇ ଦିଆଯାଇଛି। କିନ୍ତୁ, ସମସ୍ତ ଯୋଗ୍ୟତା ଥାଇ ସୁଧା କର୍ଣ୍ଣ ଏବଂ ଏକଲବ୍ୟଙ୍କୁ ସେମାନଙ୍କ ଶ୍ରେଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦିଆଯାଇନି। କର୍ଣ୍ଣ ଆଉ ଏକଲବ୍ୟଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଆଉ ଏହି ଦୁଇ ଜଣ ଯୋଦ୍ଧାଙ୍କ ପ୍ରତି ସବୁଠାରୁ ଅଧିକ ଅନ୍ୟାୟ କରିଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟ। ରାଜ ପରିବାରରେ କିମ୍ବା କ୍ଷେତ୍ରୀୟ କୂଳରେ ଜନ୍ମିତ ହୋଇନଥିବା କାରଣରୁ କର୍ଣ୍ଣ ଓ ଏକଲବ୍ୟଙ୍କୁ ବିଦ୍ୟାଦାନ ଦେବାକୁ ମନା କରି ଦେଇଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ। ଯେତେବେଳେ କି ସାରା ଦୁନିଆଁ ପାଖରେ ପ୍ରକୃତ ସତ୍ୟ ଜଣାନଥିଲା ଯେ କର୍ଣ୍ଣ କ୍ଷେତ୍ରୀୟ ଥିଲେ। କୁନ୍ତୀଙ୍କ ପ୍ରଥମ ପୁତ୍ର ତଥା ସୂର୍ଯ୍ୟଦେବଙ୍କ ପୁତ୍ର କର୍ଣ୍ଣ ଖାଣ୍ଟି କ୍ଷେତ୍ରୀୟ ଥିଲେ। ସେହିପରି ଏକଲବ୍ୟଙ୍କ କ୍ଷେତ୍ରରେ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜ ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧର ଭାବରେ ସିଦ୍ଧ କରିବା ପାଇଁ ଦକ୍ଷିଣାରେ ଏକଲବ୍ୟଙ୍କ ଡାହାଣ ହାତର ବୃଦ୍ଧ ଅଙ୍ଗୁଳୀ କାଟି ନେଇଥିଲେ। ଯେତେବେଳେ କି ଏକଲବ୍ୟ ଦ୍ରୋଣଙ୍କୁ ଗୁରୁ ଭାବୁଥିଲେ, କିନ୍ତୁ ଏକଲବ୍ୟଙ୍କୁ ଶିକ୍ଷାଦାନରେ ଦ୍ରୋଣାଚାର୍ଯ୍ୟଙ୍କ କୌଣସି ଭୂମିକା ନଥିଲା।
-/DevD®ath