ମୁମ୍ବାଇ: ବଲିଉଡ ଜଗତର ମହାନାୟକ ଅମିତାଭ ବଚ୍ଚନ(ବିଗ୍-ବି) ତିନି ଦିନ ହେଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଅନେକ ବର୍ଷ ଧରି ତାଙ୍କର ଳିଭର୍ ସମସ୍ୟା ରହି ଆସିଥିବା ବେଳେ କେବଳ ୨୫ ପ୍ରତିଶତ ଳିଭର୍ କାମ କରୁଥିବା ନେଇ କହିଥିଲେ ବିଗ୍ ବି।ଏବେ ତାଙ୍କର ସେହି ସମସ୍ୟା ବଢ଼ିବା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥବା କୁହାଯାଉଛି।ତିନି ଦିନ ହେଲା ତାଙ୍କୁ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଏବେ ଖବରଟି ସାମ୍ନାକୁ ଆସିଥିବା କୁହାଯାଉଛି।ମଙ୍ଗଳବାର ରାତି ୨ଟାରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଡାକ୍ତରଖାନାର ଏକ ସ୍ୱତନ୍ତ୍ର କେବିନ୍ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ କେବିନ ବାହାରେ ୪ ଜଣ ସୁରକ୍ଷା ଗାର୍ଡ ତାଙ୍କୁ ଜଗି ରହିଛନ୍ତି ବୋଲି ଖବର ପ୍ରକାଶ ପାଉଛି।କିନ୍ତୁ, ବିଗ୍ ବି କିମ୍ବା ତାଙ୍କ ପରିବାର ପକ୍ଷରୁ ଏ’ ନେଇ କୌଣସି ସୂଚନା ଦିଆଯାଇ ନାହିଁ।