Odiapua.com

ଅମର, ସସ୍ମିତ ଓ ଅଶ୍ୱିନୀ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର ୨୧-୬ (ଓଡ଼ିଆ ପୁଅ) ସବୁ ଅପେକ୍ଷାର ଅବସାଲ ଘଟାଇ ଓଡ଼ିଶାର ୨ଟି ରାଜ୍ୟସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେମାନେ ହେଲେ ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର। ରାଜ୍ୟସଭା ପାଇଁ ଓଡ଼ିଶାରୁ ବିଜେପିର ପ୍ରାର୍ଥୀ ହୋଇଛନ‌୍ତି ଅଶ୍ୱିନୀ ବୈଷ୍ଣବ। ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରି ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଅଶ୍ୱିନୀ ବୈଷ୍ଣବ ଓଡ଼ିଶା କ୍ୟାଡର ପୂର୍ବତନ ଆଇଏଏସ ଅଧିକାରୀ। ଏପରିକି କଟକର ଜିଲ୍ଲାପାଳ ଭାବେ ମଧ୍ୟ ଅଶ୍ୱିନୀ କାର୍ଯ୍ୟ କରିଛନ୍ତି । ତେବେ ଅଶ୍ୱିନୀଙ୍କ ନାଁ ଘୋଷଣା ପରେ ବିଜେପି-ବିଜେଡି ମଧ୍ୟରେ ଥିବା ସର୍ମ୍ପକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।