ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରେ ଲଭ୍ ଜିହାଦ୍ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଏବଂ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିଠାରେ ଆୟୋଜିତ ଏକ ସମାବେଶକୁ ଯାଉଥିବା ସମୟରେ ରାମେଶ୍ୱର ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଜିଲ୍ଲାରେ ଘଟୁଥିବା ଲଭ୍ ଜିହାଦ୍ ଘଟଣାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅବଗତ କରାଇଥିଲେ ସ୍ଥାନୀୟ ଯୁବମୋର୍ଚ୍ଚା ଏବଂ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲାରେ ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଲଭ୍ ଜିହାଦ୍ ଘଟଣାକୁ ନେଇ ଇପ୍ସିତା ନାମକ ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ ଏବଂ ଏହାର କିଛି ଦିନ ପରେ ତାଙ୍କ ବାପା କୂଳମଣି ଆତ୍ମହତ୍ୟା କଲେ। ଇପ୍ସିତାଙ୍କ ମୃତ୍ୟୁର କିଛି ଦିନ ପରେ ହିନ୍ଦୁ ମହାସଭା ତଥା ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁ ତାଙ୍କ ପରିବାରକୁ ଯାଇ ଭେଟିବା ସହିତ ନିରାକାରପୁର ରାମଦୟା ପରିଷଦ ପରିସରରେ ଆୟୋଜିତ ଏକ ଧର୍ମସଭାରେ ଯୋଗଦେଇ ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧ ପାଇଁ ଆହ୍ୱାନ୍ ଦେଇଥିଲେ। ଏହାପରେ ନିରାକାରପୁର ଅଞ୍ଚଳରେ କିଛି ଦିନଯାଏଁ ଉତ୍ତେଜନମୂଳକ ସ୍ଥିତି ଲାଗି ରହିଥିଲା।
-/DevD®