Odiapua.com

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଂଟ ନୟାଗଡ଼ କପ୍ : ଦ୍ୱିତୀୟ ସେମିଫାଇନାଲ, ସାଇ ହଷ୍ଟେଲ କଟକ ଫାଇନାଲରେ

ନୟାଗଡ଼, ୮ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ୭୮୬ ୟୁଥ୍କ୍ଳବ ସିନ୍ଦୁରିଆ ଓ ଜିଲ୍ଲା ଆଥ୍ଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମିଫାଇନାଲ ଖେଳରେ ସାଇ ହଷ୍ଟେଲ କଟକ ଓଡ଼ିଶା ପୋଲିସ ଦଳକୁ ୩-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇ ଫାଇନାଲ ଖେଳରେ ପ୍ରବେଶ କରିଛନ୍ତି। ଖେଳ ଆରମ୍ଭରୁ ସାଇ ହଷ୍ଟେଲ କଟକ ଓଡ଼ିଶା ପୋଲିସକୁ ଲଗାତର ୩ଟି ଗୋଲ ଦେଇ ଖେଳର କରିସ୍ମା ଦେଖାଇଥିଲେ। ସାଇ ହଷ୍ଟେଲ ଦଳର ୧୬ ନଂ ଖେଳାଳୀ ଚିକୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ଟ୍ରଫି ସହ ଅର୍ଥ ରାଶି ପ୍ରାପ୍ତ ହୋଇଥିଲେ। ଏହି ଖେଳକୁ ରେଫରି ଭାବେ ଜ୍ୟୋତି ରଂଜନ ସ୍ୱାଇଁ, ସୁଦୀପ୍ତ ଦାସ, ଅଶୋକ କହଁର, ଶେଷଦେବ ବେହେରା ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସାଂସଦ ପିନାକୀ ମିଶ୍ର ଓ ବିଧାୟକ ଡ.ଅରୁଣ କୁମାର ସାହୁ ଖେଳରେ ଯୋଗଦେଇ ଉଭୟ ଖେଳାଳୀଙ୍କ ସହିତ କରମର୍ଦ୍ଦନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଖେଳ ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକ, କମିଟି ସଭାପତି ଶେଖ୍ ୟୁସୁବ୍ ମଧ୍ୟ ଉପସ୍ଥିତ ଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିଲାବେଳେ ଲକ୍ଷ୍ମର ମଲ୍ଲ ଶାନ୍ତି ଶୃଙ୍ଖଳାରେ ସହଯୋଗ କରିଥିଲେ। ଆସନ୍ତାକାଲି ଫାଲନାଲ ଖେଳରେ କେରଳ ପୋଲିସ ଓ ସାଇ ହଷ୍ଟେଲ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।