Odiapua.com

ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ, ଅଭିନେତା ଟୁଇଟ୍ କରି ଦେଲେ ସୂଚନା

ନୂଆ ଦିଲ୍ଲୀ ୮ ସେପ୍ଟେମ୍ବର (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାତାଙ୍କ ଦେହାନ୍ତ ହୋଇଛି। ଅକ୍ଷୟ ନିଜେ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଅଭିନେତାଙ୍କ ମା’ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଆଇସିୟୁରେ ଥିଲେ।

୭ ସେପ୍ଟେମ୍ବରରେ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ମା ପାଇଁ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ପରବର୍ତ୍ତୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ଏବଂ ସେ ପ୍ରାର୍ଥନା ପାଇଁ ପ୍ରଶଂସକଙ୍କୁ ନିବେଦନ କରିଥିଲେ।

ବର୍ତ୍ତମାନ ଅଭିନେତାଙ୍କ ମା ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି। ଏହି ବିଷୟରେ ସୂଚନା ଦେଇ ଅକ୍ଷୟ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଅକ୍ଷୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ସେ ମୋର ସବୁକିଛି … ଏବଂ ଆଜି ମୁଁ ଭିତରୁ ବହୁତ ଦୁଃଖ ଅନୁଭବ କରୁଛି। ମୋ ମା ଶ୍ରୀମତୀ ଅରୁଣା ଭାଟିଆ ଆଜି ସକାଳେ ଶାନ୍ତିପୂର୍ଣ୍ଣ ଭାବରେ ଏହି ଜଗତକୁ ବିଦାୟ ଦେଇଛନ୍ତି। ସେ ମୋ ବାପାଙ୍କ ସହିତ ଅନ୍ୟ ଏକ ଦୁନିଆରେ ଯୋଗ ଦେଇଥିଲେ। କଠିନ ସମୟରେ ମୁଁ ଏବଂ ମୋ ପରିବାର ଆପଣଙ୍କର ପ୍ରାର୍ଥନା ପାଇଁ ବହୁତ କୃତଜ୍ଞ କରେ। ଓଁ ଶାନ୍ତି ‘

0

ସୂଚନାୟୋଗ୍ୟଯେ, ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ଛାଡି ବ୍ରିଟେନରୁ ମୁମ୍ବାଇ ଫେରିଥିଲେ। ଅଭିନେତାଙ୍କ ମା’ ଅରୁଣା ଭାଟିଆ ଗୁରୁତର ଅସୁସ୍ଥ ହୋଇ ମୁମ୍ବାଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ଅକ୍ଷୟ କୁମାରଙ୍କ ମାଙ୍କୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅକ୍ଷୟ ତାଙ୍କ ମାଆଙ୍କ ସହ ଅତ୍ୟଧିକ ଆଟାଚ୍‌ ଥିଲେ ଏବଂ ସେ ଭଲ ନ ଥିବାରୁ ତାଙ୍କଠାରୁ ଦୂରରେ ରହିପାରିବେ ନାହିଁ ତେଣୁ ସେ ନିଷ୍ପତ୍ତି ନେଇଥିଲେ ହଠାତ୍ ଭାରତକୁ ଫେରିବାକୁ। ”