Odiapua.com

ସଡ଼କ ଦୁର୍ଘଟଣାରେ ବାପାପୁଅ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଲୟରେ ଭର୍ତ୍ତି

କୋରାପୁଟ : ୧୩/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଲୋମତା ପୁଟ ବ୍ଲକର ତୁସୁବା ଗ୍ରାମପଞ୍ଚୟତର ସଗର ଘାଟିରୁ ଓହ୍ଲାଉ ଥିବା ସମୟରେ ଉପର କୁମାର ପୁଟ ଗ୍ରାମର ଶ୍ୟାମ ସୁନ୍ଦର ଗୋଲାରୀଙ୍କ ପୁଅ ରାମଚନ୍ଦ୍ର ଗୋଲାରୀ ଲୋମତା ପୁଟ ଠାରୁ ଜୈବିକ ସାର କିଣି ଘରକୁ ପେରୁଥିବା ବେଳେ ହଠାତ ଏକ କମାଣ୍ଡର ପଛ ପଟରୁ ଶକ୍ତ ଧକ୍କା ଦେବାରୁ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। କମାଣ୍ଡର ଦ୍ରୁତ ଗତିରେ ପଛ ପଟରୁଶକ୍ତ ଧକ୍କା ଦେବାରୁ ରାସ୍ତା କଡରେ ଚିଟିକି ପୋଡ଼ି ରହିଥିବା ବେଳେ ଧକ୍କା ଦେଇ କମାଣ୍ଡର ଚାଳକ ଗାଡ଼ି ନେଇ ପେରାର ହୋଇଯାଇଥିଲା। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଲୋମତା ପୁଟ ସ୍ଥିତ ଆଶା କିରଣ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ପୁଅ ରାମଚନ୍ଦ୍ରଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା ଓ ବାପା ଶ୍ୟାମ ସୁନ୍ଦରଙ୍କର ମୁହଁ ହାତ ଗୋଡ଼ରେ ଆଘାତଲାଗି ଥିବା ଦେଖିବାକୁ ମିଳିଛି।

ଖବର ପାଇ ଝୋଲାପୁଟ ପାଣ୍ଡି ଅଧିକାରୀ ମହେଶ କିରିସାନି ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗ୍ଲାମର ବାଇକ ଜବତ କରି ଧକ୍କା ଦେଇ ଥିବା କମାଣ୍ଡର ଗାଡି ଚାଳକ କୁ ଗାଡ଼ି ସହିତ ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମପଞ୍ଚାୟତ ର ସମିଳି ଗ୍ରାମରୁ କାବୁ କରି ଥାନା ପରିସରକୁ ନେଇଥିବା। ପାଣ୍ଡିଅଧିକାରୀ ମହେଶ କିରିସାନି ସୂଚନା ଦେଇଛନ୍ତି।