Odiapua.com

“ଏକାତ୍ମ ମାନବ ଦର୍ଶନ – ଏକ ଅଧ୍ୟୟନ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ତ୍ୟାଗ, ତପସ୍ୟା ଏବଂ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ “ଏକାତ୍ମ ମାନବବାଦ” ଦର୍ଶନର ପ୍ରଣେତା ଭାରତୀୟ ଜନସଂଘର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ବିଚାର ଉପରେ ରାଷ୍ଟ୍ରବାଦୀ ବିଚାରକ ଡ. ଅନିଲ ମିଶ୍ରଙ୍କ ପରିକଳ୍ପନା ଏବଂ ପ୍ରସ୍ତୁତିରେ “ଏକାତ୍ମ ମାନବ ଦର୍ଶନ – ଏକ ଅଧ୍ୟୟନ” ନାମରେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି। ମୁଖବନ୍ଧ ଏବଂ ଅଭିମତ ପରେ ପର୍ଯ୍ୟାୟ କ୍ରମେ ଏଥିରେ ଏକାତ୍ମ ପ୍ରଣେତା, ଏକାତ୍ମ ବିଶ୍ୱଦୃଷ୍ଟି, ଏକାତ୍ମ ବ୍ୟଷ୍ଟି – ଶିକ୍ଷାର ଭାରତୀୟକରଣ, ଏକାତ୍ମ ସମଷ୍ଟି – ପରିବାର କଳ୍ପନା, ଏକାତ୍ମ ସମଷ୍ଟି – ରାଷ୍ଟ୍ରର ଅବଧାରଣା, ଏକାତ୍ମ ସମଷ୍ଟି – ଚିତି ଓ ବିରାଟ, ଏକାତ୍ମ ସମଷ୍ଟି – ଆର୍ଥିକ ଚିନ୍ତନ, ଏକାତ୍ମ ସମଷ୍ଟି – ବିକାଶର ଅବଧାରଣା, ଏକାତ୍ମ ସୃଷ୍ଟି, ଏକାତ୍ମ ପରମେଷ୍ଠି, ଏକାତ୍ମ ନାରୀ ଏବଂ ଏକାତ୍ମ ମାନବଦର୍ଶନ ଆଦି ଉପରେ ଆଲେଖ୍ୟ ରହିଛି। ଏହାର ସହାୟକ ରାଶି ମାତ୍ର ୭୫ ଟଙ୍କା ରହିଛି। ପୁସ୍ତକଟି ରାଷ୍ଟ୍ରବାଦୀ ବିଚାରାଧାରା ପାଠକଙ୍କ ମଧ୍ୟରେ ବେଶ ଆଦୃତ ହେବ ବୋଲି ଆଶା କରାଯାଉଛି।
-/DevDrath