Odiapua.com

କୋରାପୁଟ ସହରର ଯୁବ ବ୍ୟବସାୟୀ ଟି. କିରଣ କୁମାର ବିଜେଡିରେ ଯୋଗଦେଲେ

କୋରାପୁଟ ୨୪-୦୨ (ଓଡିଆ ପୁଅ/ ରଂଜନ ଦାସ) କୋରାପୁଟ ସହରର ଯୁବ ବ୍ୟବସାୟୀ ଟି. କିରଣ କୁମାର ଓ ତାଙ୍କ ସମର୍ଥକମାନେ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଥିବା ଜଣାପଡିଛି।କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି।ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି।ଦଳ ତରଫରୁ ଯାହା ନିର୍ଦ୍ଦେଶ ଦିଆଯିବ ତାହା ଅନୁସାରେ ସେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ଉପ ସଭାପତି ଉତ୍କଳ ରଞ୍ଜନ ନାୟକ, ନଗର ବିଜେଡି ସଭାପତି ସୁରେଶ ପଟ୍ଟନାୟକ, ଅଶ୍ଵିନୀ କୁମାର ସାହୁ, ପୂର୍ବତନ କାଉନସିଲର ଟି. ଜଗନ୍ନାଥ ରାଓ ପ୍ରମୁଖ ମିଶ୍ରଣ ସମୟରେ ଉପସ୍ଥିତ ଥିଲେ।