Odiapua.com

ଶୈବ ପୀଠରେ କାଉଡ଼ିଆଙ୍କ ଭିଡ

ଭୁବନେଶ୍ୱର,୨୯/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ):  ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇପଡିଛି ଶୈବ ପୀଠ । ଏନେଇ ଆଜି ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିରରେ କାଉଡ଼ିଆ ଭକ୍ତଙ୍କ ଭିଡ଼ ଜମିଛି ।

ବୋଲବୋମ ଧ୍ୱନୀରେ ପୁଲକିତ ହୋଇଛି ବିଭିନ୍ନ ଶୈବପୀଠ । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଥିବା ବେଳେ ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ମହାଦେବଙ୍କୁ ଜଳଲାଗି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।