Odiapua.com

ବିନା ହେଲମେଟରେ ବସ୍ ଚଲାଉଥିବା ଡ୍ରାଇଭରକୁ ୫୦୦ ଟଙ୍କା ଫାଇନ୍!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡ଼ା ଅଞ୍ଚଳରେ ହେଲମେଟ୍ ନ’ପିନ୍ଧି ବସ୍ ଚଲାଉଥିବା ଜଣେ ଡ୍ରାଇଭରଙ୍କ ଉପରେ ୫୦୦ ଟଙ୍କାର ଚାଲାଣ କଟାଯିବା ପରି ଏକ ଅଜବ ଅଭିଯୋଗ ହୋଇଛି।ବସ ମାଲିକ ନିରଙ୍କର ସିଂହ ଅଭିଯୋଗ କରିଛନ୍ତି ତାଙ୍କ ବସ ଡ୍ରାଇଭର ହେଲମେଟ ନ’ ପିନ୍ଧି ବସ ଚଲାଉଥିବା ଅଭିଯୋଗରେ ଟ୍ରାଫିକ ପୋଲିସ ତାଙ୍କ ଉପରେ ୫୦୦ ଟଙ୍କାର ଚାଲାଣ କାଟିଛି।ନିରଙ୍କର କହିଛନ୍ତି ଏଥିରୁ ପରିବହନ ବିଭାଗର କାର୍ଯ୍ୟପଦ୍ଧତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଆବଶ୍ୟକ ପଡ଼ିଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ବସ ମାଲିକ ନିରଙ୍କାର ସିଂହ।//ଦେବଦତ୍ତ ରଥ

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!