Odiapua.com

ୱାର୍କ୍ ଫ୍ରମ୍ ହୋମ୍: ଜିଓର ଧମାକାଦାର୍ ଅଫର୍; ବର୍ଷେ ଯାଏଁ ମାଗଣା କଲ୍, ଦୈନିକ ୨ ଯିବି ଡାଟା ..

ଭୁବନେଶ୍ୱର: କରୋନା ଭୂତାଣୁ ଯୋଗୁଁ ଲକ୍ ଡାଉନ୍ ଘୋଷଣା କାରଣରୁ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି। ଏମିତିରେ ୱାର୍କ ଫ୍ରମ୍ ହୋମକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ କିଛି ଶସ୍ତା ଯୋଜନା ଆଣିଛି।

ରିଲାଏନ୍ସ ଜିଓ ୱାର୍କ ଫ୍ରମ୍ ହୋମ୍ ପାଇଁ ଦୁଇଟି ପ୍ରି- ପେଡ୍ ଯୋଜନା ପ୍ରଣୟନ କରିଛି ଯାହାର ମୂଲ୍ୟ ଯଥାକ୍ରମେ ୨୧୨୧ ଟଙ୍କା ଏବଂ ୨୩୯୯ ଟଙ୍କା ରହିଛି। ୨୧୨୧ ଟଙ୍କା ଯୋଜନାରେ ବର୍ଷେ ଯାଏଁ ପ୍ରତିଦିନ ୧.୫ ଜିବି ଡାଟା ସହିତ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଏବଂ ମେସେଜିଂ ସୁବିଧା ରହିଛି। ସେହିପରି ୨୩୯୯ ଟଙ୍କା ଯୋଜନାରେ ବର୍ଷେ ଯାଏଁ ପ୍ରତିଦିନ ୨ ଜିବି ଡାଟା ବ୍ୟତୀତ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଏବଂ ମେସେଜିଂ ସୁବିଧା ମଧ୍ୟ ରହିଛି। ଏହା ସହିତ ୨୩୯୯ ଟଙ୍କା ଯୋଜନାରେ ଜିଓ ଆପ୍ସର ସଦସ୍ୟତା ମଧ୍ୟ ରହିବ। ଉଭୟ ଯୋଜନାର ବୈଧତା ୩୬୫ ଦିନ ରହିଛି।

ଆଉ କିଛି ଡାଟା ପ୍ଲାନ୍ –
ଏହି ଦୁଇଟି ଦୀର୍ଘକାଳୀନ ପ୍ଲାନ୍ ବ୍ୟତୀତ, ଜିଓର ଆଉ କିଛି ଡାଟା ପ୍ଲାନ୍ ମଧ୍ୟ ଅଛି ଯେଉଁଥିରେ କେବଳ ଡାଟା ଉପଲବ୍ଧ ରହିବ ଏହା ସହିତ ବିଦ୍ୟମାନ ଯୋଜନାର ବୈଧତା ରହିଛି। ଜିଓର ୧୫୧ ଟଙ୍କା ଡାଟା ଯୋଜନାରେ ୩୦ ଜିବି ଡାଟା, ୨୦୧ ଟଙ୍କା ଡାଟା ଯୋଜନାରେ ୪୦ ଯିବି ଡାଟା, ୨୫୧ ଟଙ୍କା ଡାଟା ଯୋଜନାରେ ୫୦ ଯିବି ଡାଟା ଉପଲବ୍ଧ ହେବ। -ଦେବଦତ୍ତ ରଥ

ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..