Odiapua.com

୮ ଦଫା ଦାବି ପୂରଣ ପାଇଁ ଲକ୍ଷ୍ମିପୁର ବିଧାୟକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ

କୋରାପୁଟ ; ତା୦୩-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀର ୮ ଟି ସମସ୍ୟାର ସମାଧାନ ଦାବିରେ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପାର୍ଯ୍ୟନ୍ତ ଲକ୍ଷ୍ମିପୁରର ଆମ୍ବେଦକର ଛକଠାରେ ଧାରଣାରେ ବସିଛନ୍ତି। ପ୍ରମୁଖ ଦାବି ମଧ୍ୟରେ ଲକ୍ଷ୍ମିପୁରକୁ ଉପଖଣ୍ଡ ଘୋଷଣା କରିବା ସହ ଉପ-ନିବନ୍ଧକ କାର୍ଯ୍ୟାଳୟ ପ୍ରତିଷ୍ଠା ଓ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା କରିବା ରହିଛି। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନିମାଁଇ ସରକାର, ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ, ବ୍ଲକ କଂଗ୍ରେସ କମିଟି ସଭାପତି କୈଳାଶ ଖୋସ୍ଲା ପ୍ରମୁଖ ଧାରଣାରେ ବସିଛନ୍ତି।

ଆସନ୍ତାକାଲି ବିଧାନସଭା ବସୁଥିବା ସତ୍ୱେ ମୁଁ ବିଧାନସଭା ନ ଯାଇ ଏଠାରେ ନିର୍ବାଚନମଣ୍ଡଳୀର ରହିଥିବା ଦାବି ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିବି ବୋଲି ଲକ୍ଷ୍ମିପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ପ୍ରକାଶ କରିଥିଲେ। ଲକ୍ଷ୍ମିପୁର ନିର୍ବାଚନମଣ୍ଡଳୀର ବିଧାୟକ ଥିବା ଓ ବର୍ତମାନ ସାସଂଦ ଝିନ୍ନ ହିକକା ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦାବି ଯୁକ୍ତିଯୁକ୍ତ ଓ ପାଇବା ସୁନିଶ୍ଚ୍ଖତ ବୋଲି ଯେଉଁଖବର ଆଜି ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି ତାହା ଦୁର୍ଭାଗ୍ୟ ଜନକ ବୋଲି କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପୁକ ତୁରୁକ ପ୍ରକାଶ କରିଥିଲେ।ନିଜ ମାଟି ପାଇଁ ଚିନ୍ତା ନ କରିବା ଏକ କୁଠାରଘାତ ବୋଲି ସେ ମତବ୍ୟକ୍ତ କରିଥିଲେ।ଲକ୍ଷ୍ମିପୁରକୁ ଉପଖଣ୍ଡ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ।