Odiapua.com

୭ ରେ ଇଭିଏମ – ଭିଭିପାଟ ସଚେତନତା ଅଭିଯାନ

କୋରାପୁଟ ; ତା୦୫-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଇଭିଏମ – ଭିଭିପାଟ ସମ୍ବନ୍ଧରେ ଭୋଟରମାନଙ୍କୁ ସଚେତନତା କରିବା ନିମନ୍ତେ ନିର୍ବାଚନ କମିଶନର ଏକ ଅଭିଯାନ ଆରମ୍ଭ କରିଛନ୍ତି ଯାହାର ନାମ ଇଭିଏମ ଓ ଭିଭିପାଟ ସଚେତନତା ଅଭିଯାନ ରଖାଯାଇଥିବା କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କୋରାପୁଟ ଜିଲ୍ଲା ସଦର ମହକୁମାଠାରେ ଆସନ୍ତା ୭ ତାରିଖଦିନ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି ଇଭିଏମ- ଭିଭିପାଟ ରଥର ଶୁଭାରମ୍ଭ କରିବାକୁ ଥିବା ବେଳେ କୋରାପୁଟ ଓଜୟପୁର ଉପଖଣ୍ଡରେ ଆରଓ ତଥା ଉପଜିଲ୍ଲାପାଳ ଦ୍ୱୟ ରଥର ଶୁଭାରମ୍ଭ କରିବେ ବୋଲି ସେ ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲାର ୫ ଗୋଟି ନିର୍ବାଚନମଣ୍ଡଲୀ ନିମନ୍ତେ ୩୦ ଟି ଗାଡିର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ। ଜିଲ୍ଲାର ୧୧୪୧ ଭୋଟକେନ୍ଦ୍ରରେ ତଥା ୨୦୨୮ ରାଜସ୍ୱ ଗ୍ରାମରେ ମକ ପୋଲିଂ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ମାସେ ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ନିର୍ବାଚନ) ସବ୍ୟସାଚୀ ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରାସଦ ରାୟଗୁରୁ ଉପସ୍ଥିତ ଥିଲେ।