Odiapua.com

୫ ‘ଟି’ ସୂତ୍ରର କାର୍ଯ୍ୟକାରିତାକୁ ନେଇ ବୈଠକ

କୋରାପୁଟ ୨୭-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ୫ ‘ଟି’ ସୂତ୍ରର କାର୍ଯ୍ୟକାରିତାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ମୁଖ୍ୟମନ୍ତ୍ରୀ ୫ ‘ଟି’ ସୂତ୍ର(ଟ୍ରାନ୍ସପରେନ୍ସି, ଟିମ ଓାର୍କ, ଟେକ୍ନୋଲୋଜି, ଟାଇମ ଓ ଟ୍ରାନ୍ସଫର୍ମେସନ) ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବାପରେ କୋରାପୁଟ ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା।ଶିକ୍ଷା,  ସ୍ୱାସ୍ଥ୍ୟ, ଗମାନଗମନ, ପାନୀୟଜଳ, କୃଷି,  ସାଧାରଣ ବଟଂନ, ସାମାଜିକ ସୁରକ୍ଷା,  ଜଳସେଚନ, ପଶୁ ସଂପଦ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ଉପରେ ଜିଲ୍ଲାପାଳ ଡା.ଟୁଡୁ ଗୁରୁତ୍ୱାରୋପ କରିଥିଲେ।ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ଠିକ ସମୟରେ ପାରିଶ୍ରମିକ ପ୍ରଦାନ ଓ ଅବସରଗ୍ରହଣ କରୁଥିବା ଶିକ୍ଷକମାନଙ୍କୁ ଅବସରଦିନ ପ୍ରୋଭିଜିନାଲ ପେନସନ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ପ୍ରତ୍ୟେକମାସ ୧୬ ତାରିଖଦିନ ତହସିଲଦାର,  ଥାନା ଅଧିକାରୀ,  ମେଡିକାଲ ଅଫିସର,  ଶିଶୁ ବିକାଶ ଅଧିକାରୀ ସ୍ତରରେ ବୈଠକ କରି ସମାଧାନ କରିବା ସହ ବିବରଣୀ ପ୍ରେରଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସୁନାବେଡା ଡାକ୍ତରକାନାରେ ରୋଗୀମାନଙ୍କୁ କିପରି ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି ତାହା ଡିଜିଟାଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।ପ୍ରତ୍ୟେକମାସ ଚତୁର୍ଥ ଶନିବାରଦିନ୫ ‘ଟି’ର ବୈଠକ ବସିବ ବୋଲି ଜଣାପଡିଛି।ଏହି ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ,  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, କୋରାପୁଟ ପିଏ ଆଇଟିଡିଏ କାରୁ ସୋରେନ, ଜୟପୁର ପିଏ ଆଇଟିଡିଏ ଗୋପୀନାଥ ସାରକା, ଏଡିଏମଓ ଡାକ୍ତର ଅରୁଣ କୁମାର ପାଢୀ, ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ନନ୍ଦ,  ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡ.ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଟୁଲିଆମ୍ମା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର,  ଜିଲ୍ଲା ଶ୍ରମ ଅଧିକାରୀ ପି.କେ.ପାଣିଗ୍ରାହୀ,  କୃଷି ଉପନିର୍ଦ୍ଦେଶକ ପି.ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ,  ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ,  କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।