Odiapua.com

୫ ଟି ଆମ୍ବୁଲାନ୍ସ ଉଦଘାଟିତ

କୋରାପୁଟ ; ତା୧୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ରାଜ୍ୟ ସରକାର କୋରାପୁଟ ଜିଲ୍ଲା ନିମନ୍ତେ ଆଉ ୫ ଟି ଆମ୍ବୁଲାନ୍ସ ପ୍ରଦାନ କରିଥିଲେ ସେଗୁଡିକୁ ଆଜି କୋରାପୁଟଠାରେ ଉଦଘାଟିତ ହୋଇଯାଇଛି।କୋରାପୁଟ ସାଂସଦ ଝିନ୍ନ ହିକକା,  କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ,  ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,  ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ ଆମ୍ବୁଲାନ୍ସଗୁଡିକର ଉଦଘାଟନ କରିଥିଲେ।ପାଡୁଆ,  ରାମଗିରି, କୁସୁମି, କାକିରିଗୁମ୍ମା ଓ ଜୟପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଉକ୍ତ ଆମ୍ବୁଲାନ୍ସ ପଠାଯାଇଥିବା ଜଣାପଡିଛି।କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ, ସଦର ମହକୁମାର ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କଳି ପ୍ରସାଦ ବେହେରା,  ହସପିଟାଲ ମ୍ୟାନେଜର ଅଭିରାମ ସାହୁ,  ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଦୁର୍ଗମ ଅଂଚଳରେ ଉକ୍ତ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବାରୁ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ ବୋଲି କୋରାପୁଟ ସାସଂଦ ଝିନ୍ନ ହିକକା ପ୍ରକାଶ କରିଥିଲେ।