Odiapua.com

୫୬ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ପ୍ରତିଷ୍ଠା ଦିବସ ପାଳିତ

କୋରାପୁଟ ; ତା୦୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ସଦର ମହକୁମାଠାରେ ଗୃହ ରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ଆୟୋଜିତ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସରେ ଏସପି ଡା.କନୱାର ଭିଶାଲ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଲିସ ପତାକା ଉତୋଳନ କରିବା ସହ ପେରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଅତିରିକ୍ତ ଏସପି ସାଗରିକା ନାଥ ଓ ଭି.ଆର.ରାଓ ,ଏସଓଜି କମାଣ୍ଡାଂଟ ଆଶିଷ କୁମାର ,୩ୟ ବାଟ୍ଟାଲିଅନ କମାଣ୍ଡାଂଟ ଭାଷ୍କର ସାହୁ ଅନ୍ୟତମ ଅତିଥି ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏସପି ଗୃହରକ୍ଷୀ ବାହିନୀର ଆବଶ୍ୟକତା ଉଲେଖ କରି ଏହି ଦିବସ ଉପଲକ୍ଷେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ଗୃହରକ୍ଷୀ ବାହିନୀ ମହା-ନିଦେ୍ର୍ଦଶକଙ୍କ ବାର୍ତା ପାଠ କରିଥିଲେ । ଗୃହରକ୍ଷୀ ଡିଏସପି କିଶୋର ଚନ୍ଦ୍ର ଦାଶ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପେରେଡ କମାାଣ୍ଡର ନରସିଂହ କମାର ପେରେଡ ପରିଚାଳନା କରିଥିଲେ । ଏହି ଅବସରରେ ଉତମ ସେବା ପ୍ରଦାନ ପାଇଁ ଏସପି ଜିଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଗୃହରକ୍ଷୀଙ୍କୁ ପୁରଷ୍କୃତ କରିଥିଲେ । କୋରାପୁଟ ସରକାରୀ ହାଇସ୍କୁଲ ପଡିଆଠାରେ ବେସାମରିକ ପ୍ରତିରକ୍ଷା ବାହିନୀର ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ମିଳିତ ପ୍ୟାରେଟର ଅଭିବାଦନ ଗ୍ରାହଣ କରିଥିଲେ ।ବେସାମରିକ ପ୍ରତିରକ୍ଷା ବାହିନୀର ଉପ-ନିୟନ୍ତ୍ରକ ରମାନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,କୋରାପୁଟ ଅତିରିକ୍ତ ଏସପି ସାଗରିକା ନାଥ ଓ ଭି .ଆର .ରାଓ. କୋରାପୁଟ ହୋମଗାର୍ଡ ଡିଏସପି କିଶୋର ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ମନୋଜ କୁମାର ନାୟକ ପ୍ୟାରେଡ ପରିଚାଳନା କରିଥିଲେ ।ହାଲ ସୁନାବେଡା ଓ କୋରାପୁଟ ର ଅଗ୍ନିଶମ ଏବଂ ଓଡ୍ରାଫ କର୍ମଚାରୀମାନେ ବିଭିନ୍ନ କଳା କୈାଶଲ ପ୍ରଦର୍ଶନ କରିଥିଲେ ।