ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲେୱ ପଡ଼ିଆରେ ଚାଲିଥିବା ଅଲ୍ ଓଡ଼ିଶା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣାର୍ମେଂଟର ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଷ୍ଟ କୋଷ୍ଟ ରେଲେୱ ଖୋଦ୍ଧାର୍କୁ ୨ ରନରେ ହରାଇ ରାଇଜିଂ ଷ୍ଟୁଡେଂଟ କଟକ ଫାଇନାଲକୁ ଉନ୍ନୀତ ହୋଇଛି। ଆଜି ୪ର୍ଥ ଦିନରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚରେ ରାଇଜିଂ ଷ୍ଟୁଡେଂଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୫ ରନ୍ କରିଥିଲା। ସ୍ୱାଧିନ କୁମାର ପାତ୍ର ୪୫ ବଲ୍ରେ ୬୨ ଓ ସ୍ୱପ୍ ସମିତ୍ ଭୂୟାଁ ୩୬ ବଲ୍ରେ ୪୬ ରନ କରିଥିଲେ। ରେଲେୱ ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଜୟନ୍ତ କୁମାର ବେହେରା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ୧୮୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରିଥିବା ରେଲେୱ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୦ ରନ୍ କରି ମ୍ୟାଚକୁ ୨ ରନ୍ରେ ହାରି ଯାଇଥିଲା। ରେଲେୱ ପକ୍ଷରୁ ଏମ.ଜି. ଗୋପାଲ ୫୫ ଓ ସମୀର ରଞ୍ଜନ ମହାନ୍ତି ୪୭ ରନ୍ କରିଥିଲେ। ରାଇଜିଂ ଷ୍ଟୁଡେଂଟ ପକ୍ଷରୁ ସ୍ୱପ୍ ସମିତ୍ ଭୂୟାଁ ୩ଟି ଓ କେ. ଈଶ୍ୱର ପ୍ରସାଦ ୨ଟି ଉଇକେଟ ନେଇଥିଲେ। ସ୍ୱପ୍ ସମିତ୍ ଭୂୟାଁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଓବିସିସିର ଚିଫ୍ ଇଂଜିନିୟର ଶ୍ରୀଧର ରାଉତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ମ୍ୟାଚ୍କୁ ଦେବବ୍ରତ ଦାଶ ଓ ରଞ୍ଜନ ମହାନ୍ତି ଅମ୍ପାୟାର୍ ଭାବେ ପରିଚାଳନା କରିଥିବା ବେଳେ ରାଜେଶ ନାୟକ ମ୍ୟାଚ୍ ରେଫେରୀ, ଓ କରନ୍ ଖାନ୍ ସ୍କୋରର ଥିଲେ। ଆସନ୍ତାକାଲି ଏହି ଟୁର୍ଣ୍ଣାମେଂଟର ଫାଇନାଲ୍ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଶ୍ରୀଧର ମିଶ୍ର ଜଣାଇଛନ୍ତି।