Odiapua.com

୩ ଜଣିଆ ଏମସିଆଇ ଟିମର କୋରାପୁଟ ଗସ୍ତ

କୋରାପୁଟ ;ତା୧୨-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ ) ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ)ର ଏକ ତିନିଜଣିଆ ଟିମ ସୋମବାର ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସି ପହଂଚିଛନ୍ତି। ଟିମରେ ଡା. ଡି.ଅଭିବର୍ଦ୍ଧନ୍, ଡା.ଗଜାନାନ୍ ଏଚ ନାଏକ ଏବଂ ଡା. ଏମ.ଅମରଶ୍ୱେର ଥିବା ଜଣାପଡିଛି। ତିନି ଜଣିଆ ଟିମ୍ ଆଜି ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ(ଏସଏଲଏନଏମସିଏଚ) ପରିଦର୍ଶନ କରିଥିଲେ। ମେଡିକାଲ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କ ପାଠ ପଢା ସମ୍ପର୍କୀତ ବିଷୟ ପଚାରି ବୁଝିବା ସହ ଭିତିଭୂମିର ଅନୁଧ୍ୟାନ କରିଛନ୍ତି। ମେଡିକାଲ କଲେଜ ପରିଦର୍ଶନ ସାରି ଟିମ୍ ହସ୍ପିଟାଲକୁ ଯାଇ ବିଭିନ୍ନ ୱାର୍ଡ ବୁଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିବା ସହ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ମେଡିକାଲ କଲେଜ ଅଧୀକ୍ଷକ ଡା.କ୍ଷେତ୍ରବାସୀ ସୁବୁଦ୍ଧି ଏବଂ କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ନଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ରହି ଏମସିଆଇ ଟିମ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଟିମର ରିପୋର୍ଟ ଆଧାରରେ ୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆ ଅନୁମତି ଦେବା ନିୟମ ଥିବାରୁ ଟିମର ଗସ୍ତ ଅତ୍ୟନ୍ତ ଗୁରୂତ୍ୱ ବୋଲି ଜଣା ପଡିଛି। ଟିମ୍ ମଙ୍ଗଳବାର ମଧ୍ୟ କୋରାପୁଟରେ ରହି ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରିବେ ବୋଲି ସୂଚନା ମିଳିଛି।