Odiapua.com

୩ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

କୋରାପୁଟ ; ତା୧୧-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ )କୋରାପୁଟରେ ୩ ଅଧିକାରୀ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି।ଜୟପୁର ଉପଖଣ୍ଡ ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ଦଧିବାମନ ତ୍ରୀପାଠୀ ପଦୋନ୍ନତି ପାଇ କୋରାପୁଟ ସିଡିଏମଓ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ଅନନ୍ୟା ଦାସ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଏଠାରେ ଥିବା ପ୍ରକଳ୍ପ ନିର୍ଦ୍ଦେଶିକା ମଧୁମିତା ନାୟକ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି।