Odiapua.com

୩୩ ତମ ରାଜ୍ୟସ୍ତରୀୟ ସବ ଜୁନିୟର ,କ୍ୟାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲାକୁ ୩୦ ପଦକ

କୋରାପୁଟ ୩୧-୧୨(ଓଡିଆ ପୁଅ /ରଂଜନ ଦାସ) ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲରେ ୩୩ ତମ ରାଜ୍ୟସ୍ତରୀୟ ସବ ଜୁନିୟର ,କ୍ୟାଡେଟ ଓ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାର ବିଭିନ୍ନ କରାଟେ ସ୍କୁଲରୁ ୪୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ୩୦ ଟି ପଦକ ହାସଲ କରିଥିଲେ ବୋଲି ସଂପାଦକ ଦୁର୍ଗା ପ୍ରସାଦ ରଥ ସୂଚନା ଦେଇଛନ୍ତି ।କୋରାପୁଟ ଉତ୍କଳ କରାଟେ ସ୍କୁଲ ତରଫରୁ ଆୟୁଷ ପ୍ରସାଦ ରଥ ଗୋଟିଏ ରୋପ୍ୟ ଓ ସଂଗୀତା ସିଂ ଗୋଟିଏ ବ୍ରୋଂଚ,ଇଂଟନ୍ୟାସନାଲ ସିଟୋର‌୍ୟୋ କରାଟେ ସ୍କୁଲ ତରଫରୁ ଅକ୍ଷରା ରାଉତ ଗୋଟିଏ ରୋପ୍ୟ ଓ ଆକାଶ ସାଗର ଗୋଟିଏ ବ୍ରୋଂଚ,ସୁନାବେଡା ବୁଡୋକାନ କରାଟେ ସ୍କୁଲ ତରଫରୁ ଚନ୍ଦନ କୁମାର ଡାକୁଆ ଗୋଟିଏ ରୋପ୍ୟ, ଟୁନୁ ଟାକ୍ରୀ,ଚିରଞ୍ଜିବ ରାଉତ,ସୋନାଲିସା ଦେହୁରୀ ଗୋଟିଏ ଲେଖାଏଁ ବ୍ରୋଂଚ ,ସୁନାବେଡା ଉତ୍କଳ କରାଟେ ସ୍କୁଲ ତରଫରୁ ପୁନିତ କୁମାର ମହନ୍ତ ୨ଟି ଗୋଲ୍ଟ, ଅନିତେଜ ସାଇରେଡ୍ଡି ଗୋଟିଏ ଗୋଲ୍ଡ,ଅର୍ଣ୍ଣଭ କୁମାର ବିଷୋୟୀ ଗୋଟିଏ ଗୋଲ୍ଡ ଓ ଗୋଟିଏ ରୋପ୍ୟ,ରୁତୁପୂର୍ଣ୍ଣା ସାମାନ୍ତରାୟ ଗୋଟିଏ ରୋପ୍ୟଓ ଗୋଟିଏ ବ୍ରୋଂଚ,ଅନୁରାଧା ବେହେରା ଗୋଟିଏ ଗୋଲ୍ଡ ଓ ଗୋଟିଏ ରୋପ୍ୟ ଏବଂ ଶୁଭ୍ରାଶୁଂ ଦାସ ଗୋଟିଏ ରୋପ୍ୟ,ସେମିଲିଗୁଡା ଉତ୍କଳ କରାଟେ ସ୍କୁଲ ତରଫରୁ ହର୍ଷଦ କୁମାର ଗୋଟିଏ ଗୋଲ୍ଡ ଓ ଗୋଟିଏ ବ୍ରୋଂଚ,ତପସ୍ୱିନୀ ନାୟକ ଗୋଟିଏ ବ୍ରୋଂଚ,ଡାନିଏଲ ଜାନୀ ଗୋଟିଏ ଗୋଲ୍ଡ,ରୋହନ ଦୁରୁଆ,ନନ୍ଦିନୀ ନାୟାର, ଦୀପ୍ତି ନାମଦେଓ ଗୋଟିଏ ଲେଖାଏଁ ଗୋଲ୍ଡ,ଆଦିତି ପାଣିଗ୍ରାହୀ ଗୋଟିଏ ଗୋଲ୍ଡ ଓ ଗୋଟିଏ ରୋପ୍ୟ,ଶୁଭମ ନାୟକ ଗୋଟିଏ ରୋପ୍ୟ,ଅରାୟନ ପଟନାୟକ ଗୋଟିଏ ରୋପ୍ୟ,ଚନ୍ଦନ କୁମାର ପାଙ୍ଗୀ ଗୋଟିଏ ରୋପ୍ୟ ଏବଂ ଦିବେଶ ବରାଡ ଗୋଟିଏ ଗୋଲ୍ଡ ପଦକ ହାସଲ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।ଏହିପରି କୋରାପୁଟ ଜିଲ୍ଲା ୧୨ ଟି ଗୋଲ୍ଡ ,୯ଟି ରୋପ୍ୟ ଓ ୯ଟି ବ୍ରୋଂଚ ପଦକ ହାସଲ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା କରାଟେ ସଂଘର ସଭାପତି ତାରା ପ୍ରସାଦ ବାହିନିପତି,ସଂପାଦକ ଦୁର୍ଗା ପ୍ରସାଦ ରଥ,ଉପସଭାପତି ତ୍ରୀନାଥସିଂ ଲାଲ ଓ ମହେଶ ବରାଳ,ବରିଷ୍ଠ ଟେକନିକାଲ ଡାଇରେକ୍ଟର ସିହାନ ଡ.ହରି ପ୍ରସାଦ ପଟନାୟକ ସମସ୍ତ ପ୍ରତିଯୋଗୀ ତଥାପଦକ ବିଜେତାଙ୍କୁ ଶୁଭେଛା ଜଣାଇଛନ୍ତି ।