Odiapua.com

୨ ଘଣ୍ଟା ଅନ୍ଧାରରେ ରହିଲା ହସପିଟାଲ, ମୋବାଇଲ ଲାଇଟରେ ରୋଗୀ ସେବା

କୋରାପୁଟ ୧୯-୦୮(ଓଡ଼ିଆ ପୁଅ/ରଞ୍ଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଆଜି ୨ ଘଣ୍ଟା ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲା ବୋଲି ଜଣାପଡିଛି। ପାୱାର ପାନେଲରେ ତ୍ରୁଟି ଯୋଗୁଁ ମରାମତି କରାଯାଉଥିଲା। ସେଥି ନିମନ୍ତେ ବିଦ୍ୟୁତ କାଟ କରାଯାଇଥିଲା ବୋଲି ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ସୂଚନା ଦେଇଥିଲେ। ମରାମତି ପରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ମରାମତି କରାଯାଉଥିବାରୁ ଡିଜେଲ ଜେନେରେଟର ମଧ୍ୟ ବନ୍ଦ କରଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ଏହାଦ୍ବାରା ହସପିଟାଲ ପରିସର ସଂପୂର୍ଣ୍ଣ ଅନ୍ଧାରରେ ରହିଥିଲା। ଏପରିକି ଜରୁରୀକାଳୀନ ୱାର୍ଡ ସଂପୂର୍ଣ୍ଣ ଅନ୍ଧକାରରେ ରହିଥିଲା।ଡାକ୍ତରମାନେ ମୋବାଇଲ ଲାଇଟରେ ରୋଗୀ ସେବା କରୁଥିବା ଲକ୍ଷ୍ୟ କରଯାଇଥିଲା। ସମସ୍ତ ଆଉଟଡୋର ଓ ଜରୁରୀକାଳୀନ ୱାର୍ଡରେ ଇନ୍ଭର୍ଟରର ବ୍ୟବସ୍ଥା କାହିଁକି କରାଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।