Odiapua.com

୨୭ତମ ଲକ୍ଷ୍ମୀ ନାରାୟଣ କଳକୀ ମହାଯଜ୍ଞ ଆୟୋଜିତ

କୋରାପୁଟ ୧୪-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସୌରାଗୁଡା ଶିରିଡି ସାଇ ମନ୍ଦିର ନିକଟ ପଡିଆରେ ଭୁବନେଶ୍ୱର ପାତ୍ରପୋଡା ସ୍ଥିତ ଆଦ୍ୟା ଅନନ୍ତ ପରିବାର ପକ୍ଷରୁ ଲକ୍ଷ୍ମୀ ନାରାୟଣ କଳକୀ ମହାଯଜ୍ଞ ଆରମ୍ଭ ହୋଇଛି। ଦୈବି ଚେତନାର ଜାଗୃତି ଓ ସତ୍ୟ, ନ୍ୟାୟ ଏବଂ ଧର୍ମର ପ୍ରତିଷ୍ଠା କରି ସ୍ଥାନୀୟ ଅଂଚଳର ଉନ୍ନତି କରିବା ଉଦ୍ଦେଶ୍ୟରେ ଯଜ୍ଞ ଆୟୋଜନର ମୁଖୟ କାରଣ ବୋଲି ଆୟୋଜକଙ୍କ ପକ୍ଷରୁ କୁହା ଯାଇଛି। ଏହା ଆସନ୍ତା ୧୭ତାରିଖ ଯାଏ ଚାଲିବାକୁ ଥିବାବେଳେ ମହାଯଜ୍ଞରେ ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା ସହ ଚଣ୍ଡୀପାଠ, ଗୀତାଯଜ୍ଞ ଭଳି କାର୍ଯ୍ୟକ୍ରମ ଆୟୋଜନ କରା ଯାଉଛି। ଜୟପୁର ସହର ଓ ନିକଟବର୍ତି ଅଂଚଳରୁ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୂ ଓ ମାଁଙ୍କ ଆଶିର୍ବାଦ ଗ୍ରହଣ କରୁଛନ୍ତି।