Odiapua.com

୨୬ରେ ସେମିଲିଗୁଡା ବନ୍ଦ ଡାକରା

କୋରାପୁଟ ; ତା୧୮-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବା ଦାବି ଜୋର ଧରିଥିବାବେଳେ ଆସନ୍ତା ୨୬ତାରିଖରେ ସେମିଲିଗୁଡା ବନ୍ଦ ଡାକରା ଦିଆ ଯାଇଛି। ସେମିଲିଗୁଡା ନାଗରିକ ମଂଚ ପକ୍ଷରୁ ସଭାପତି କୃଷ୍ନ ସିଂହଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶିବ ମନ୍ଦିରରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଉପରୋକ୍ତ ନିଷ୍ପତି ନିଆଯିବା ସହ ବନ୍ଦ ଡାକରାକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରା ଯାଇଛି। ବନ୍ଦରେ ସେମିଲିଗୁଡା ସମେତ ସୁନାବେଡା ଏବଂ ପଟ୍ଟାଙ୍ଗି ଅଂଚଳର ଜନସାଧାରଣ ସାମିଲ ହେବାକୁ ମଂଚ ଆହ୍ୱାନ ଦେଇଥିବାବେଳେ ୨୬ତାରିଖରେ ସେମିଲିଗୁଡାର ସମସ୍ତ ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ବନ୍ଦ ରଖିବାକୁ ଅନୁରୋଧ କରା ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ମଂଚର ସମ୍ପାଦକ ଲକ୍ଷ୍ମଣ ରାଉତ, ସୁମନ୍ତ ପ୍ରଧାନ, ଭରତ ମଲ୍ଲିକ, ପ୍ରାଧ୍ୟାପକ ଡଃ.ଚିତ ରଂଜନ ମିଶ୍ର, ଅନନ୍ତ ସେନାପତି, ନାରାୟଣ କୁଲଦୀପ, ଦୟା କୁଲଦୀପ, ଶରତ ପାତ୍ର, ସୁଦାମ ଦଳେଇ, ସୂର୍ଯ୍ୟ ପଣ୍ଡା, ଶ୍ରୀବତ୍ସ ମହାପାତ୍ର ଏବଂ ବୀଘ୍ନେୟ ସାଉନ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।