Odiapua.com

୨୪ ଘଂଟାରେ ଜିଲାରେ ୨୪୪.୪୦ ମିମି ବର୍ଷା

କୋରାପୁଟ;ତା୧୯-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଗତ ୨୪ ଘଂଟାରେ କୋରାପୁଟ ଜିଲାରେ ୨୪୪.୪ ମିମି ବର୍ଷା ହୋଇଛି । ସୂଚନା ଅନୁଯାୟୀ ୨୪ ଘଂଟା ମଧ୍ୟରେ ବନ୍ଧୁଗାଁ ବ୍ଲକରେ ସର୍ବାଧିକ ୫୪ ମିମି ବର୍ଷା ହୋଇଥିବାବେଲେ କୋଟପାଡରେ ସବୁଠାରୁ କମମାତ୍ର ୨ ମିମି ବର୍ଷା ହୋଇଛି । ସେହିପରି କୋରାପୁଟରେ ୯.୨ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୧୧.୪, ପଟ୍ଟାଙ୍ଗିରେ ୯,ନନ୍ଦପୁରରେ ୨୩.୪,ଦଶମନ୍ତପୁରରେ ୩୭,ନାରାୟଣପାଟଣାରେ ୭.୨,ଲକ୍ଷ୍ମୀପୁରରେ ୨୫, ସେମିଲିଗୁଡାରେ ୪୮,ଜୟପୁରରେ ୫.୨, କୁନ୍ଦୁରାରେ ୪.୬,ବୋରିଗୁମ୍ମାରେ ୨.୪ ଏବଂ ବୋରିଗୁମାରେ ୬ ମିମି ବର୍ଷା ହୋଇଥିବା ଜଣା ପଡିଛି ।