Odiapua.com

୨୦୨୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ଅନ୍ୟ ପୁରସ୍କାର ଘୋଷଣା : କବି ହୃଷୀକେଷ ମଲ୍ଲିକ, ଦେବବ୍ରତ ଦାସ, ଶ୍ୱେତପଦ୍ମା ଶତପଥୀ, କୁନା ହାଁସଦା, ଦିଗରାଜ ବ୍ରହ୍ମାଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଡ଼ିସେମ୍ବର ୩୦ (ଓଡ଼ିଆ ପୁଅ) – ୨୦୨୧ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିବା ବିଶିଷ୍ଟ କବି ହୃଷୀକେଷ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ‘ସାହିତ୍ୟ ଏକାଡେମି ଯୁବ ପୁରସ୍କାର’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଓଡ଼ିଆ ଭାଷା ପାଇଁ ଦେବବ୍ରତ ଦାସ, ସଂସ୍କୃତ ଭାଷାରେ ଶ୍ୱେତପଦ୍ମା ଶତପଥୀ, ସାନ୍ତାଳି ଭାଷାରେ କୁନା ହାଁସଦା ଏବଂ ‘ବାଲ୍ ସାହିତ୍ୟ ସମ୍ମାନ’ ପାଇଁ ଦିଗରାଜ ବ୍ରହ୍ମା ; ଓଡ଼ିଆ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସମସ୍ତଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।