Odiapua.com

୨ଜଣ ନକଲି ମାଓବାଦୀ ଗିରଫ

କୋରାପୁଟ;ତା୧୬-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ପଟ୍ଟାଙ୍ଗି ପୁଲିସ ଦୁଇଜଣ ନକଲି ମାଓବାଦୀଙ୍କୁ ଗିରଫ କରଥବା ସୁନାବେଡା ଏସଡିପିଓ ନିରଞନ ବେହେରା ପ୍ରକାଶ କରିଛନ୍ତି । ସେମାନେ ହେଲେ ରାଲେଗାଡା ପଂଚାୟତ ମାନ୍ଦଲାୱାଲାସା ଗ୍ରାମର ତାମଲା ନାଗେଶ ଓ ଗେମେଲ ରାମା । ନାଗେଶ ଓ ରାମା ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ପଟ୍ଟାଙ୍ଗିର ଠିକାଦାର ବି.ଯୋଗୀରାଜୁଙ୍କୁ ୧ଲକ୍ଷ ୫୦ ହଜାର ଟଙ୍କା ଚାନ୍ଦା ଦାବି କରି ଦେବାକୁ କହିଥିଲେ । ଠିକାଦାର ଯୋଗୀରାଜୁ ରବିବାର ଟଙ୍କା ନେଇ ସେହି ସ୍ଥାନକୁ ଯାଇଥିଲେ । ନାଗେଶ ଓ ରମେଶ ଟଙ୍କା ନେବାକୁ ପହଂଚିବା ମାତ୍ରେ ପୂର୍ବରୁ ଛପି ରହିଥିବା ଠିକାଦାରଙ୍କ ଶ୍ରମିକ ଉଭୟଙ୍କୁ କାବୁ କରିନେଇ ପୁଲିସକୁ ହସ୍ତାନ୍ତର କରିଥିଲେ ।