Odiapua.com

୧୯ ଅଧ୍ୟାପକ-ଅଧ୍ୟାପିକାଙ୍କୁ ନେଇ ସରକାରୀ କଲେଜ ଚାଲୁଛି

କୋରାପୁଟ ୨୪-୦୬-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସରକାରୀ କଲେଜରେ ଅନେକ ବର୍ଷ ହେବ ଅଧ୍ୟାପକ ମରୁଡି ଦେଖାଦେଇଥିବା ବେଳେ ରାଜ୍ୟ ସରକାର ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦେବାରେ କାଳବିଳମ୍ବ କରୁଥିବାରୁ ଶିକ୍ଷାଦାନରେ ବାଧାସୃଷ୍ଟି ହେଉଥିବା ନଜର କରାଯାଉଛି।ଅଭିଭାବକମାନେ ସରକାରୀ କଲେଜରେ ଗୁଣାତ୍ମକ ଶିକ୍ଷାଦାନ ଦୃଷ୍ଟିରୁ ସେମାନଙ୍କର ପିଲାମାନଙ୍କୁ କୋରାପୁଟ ସରକାରୀ କଲେଜ ଡିଗ୍ରୀରେ ନାମ ଲେଖାଉଥିବା ବେଳେ ଅଧ୍ୟାପକ / ଅଧ୍ୟାପିକା ଅବାବ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି।କୋରାପୁଟ ସରକାରୀ କଲେଜରେ ୪୩ ଟି ମଞ୍ଜୁରୀ ପଦବୀ ରହିଥିବା ବେଳେ ୨୪ ଟି ପଦବୀ ଖାଲି ରହିଥିବା ବେଳେ ୧୯ ଜଣ ଅଧ୍ୟାପିକ ରହିଥିବା ଅଧ୍ୟକ୍ଷ ଡ. ଶୁଭେନ୍ଦୁ ଶେଖର ପାଢୀ ସୂଚନା ଦେଇଛନ୍ତି। ୮ ଜଣ ଆଡହକ ଓ ଅତିଥି ଅଧ୍ୟାପକ / ଅଧ୍ୟାପିକାଙ୍କୁ ନେଇ ଡିଗ୍ରୀ କଲେଜରେ ପାଠପଢା ହେଉଥିବା ସେ ସୂଚନା ଦେଇଛନ୍ତି।କଂପୁଟର ବିଜ୍ଞାନ ଓ ଶିକ୍ଷା ବିଭାଗରେ କୈାଣସି ନିୟମିତ କିମ୍ବା ଆଡହକ ଅଧ୍ୟାପକ ନ ଥିବା ଜଣାପଡିଛି।କେବଳ ଅତିଥି ଅଧ୍ୟାପିକଙ୍କୁ ନେଇ ପାଠପଢା ହେଉଥିବା ନଜର କରାଯାଇଛି।ପଦାର୍ଥ ଓ ରାସାୟନ ବିଜ୍ଞାନ ବିଭାଗରେ ମଧ୍ୟ ନିୟମିତ ଅଧ୍ୟାପିକ ନ ଥିବା ବେଳେ ଆଡହକ ଅଧ୍ୟାପିକଙ୍କୁ ନେଇ ପାଠପଢା ଚାଲୁଥିବା ଜଣାପଡିଛି।ରାଜ୍ୟ ସରକାର ତୁରନ୍ତ ଖାଲିପଡିଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ଦାବି ହେଉଛି।