Odiapua.com

୧୯୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ ୨୧-୧୨ (ଓଡିଆ ପୁଅ /ରଂଜନ ଦାସ) ମାଛକୁଣ୍ଡ ପୋଲିସ ଦ୍ୱାରା ୧୯୮ କିଲୋ ଗଞ୍ଜେଇ ସହ ୨ଟି ଗାଡି ଜବତ କରା ଯାଇଥିବାବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ଜଣ ହେଲେ କଲକୋତାର ସୁରେଶ ସାହା ଓ ବିହାର ଅଂଚଳର ଭବେଶ ଯାଦବ। ମାଛକୁଣ୍ଡ ପୋଲିସ ରାତ୍ରୀ ପେଟ୍ରୋଲିଂ ସମୟରେ ଘୋଡାବେଡା ନିକଟରେ ଏକ କାରକୁ ଅଟକାଇ ଚେକିଂ କରିବା ବେଳକୁ ସେଥିରୁ ଗଞ୍ଜେଇ ମିଳିଥିଲା। କାରରେ ଥିବା ସୁରେଶ ଓ ଭବେଶକୁ ପୋଲିସ ଗିରଫ କରିଥିଲା। ସେତିକିବେଳେ ମାଲକାନଗିରି ଆଡୁ ଏକ ବଲେରୋ କ୍ୟାମ୍ପରଭେନ ଆସୁଥିଲା ଓ ପୋଲିସକୁ ଦେଖି ଗାଡିରେ ଥିବା ୨ଜଣ ଗାଡି ଛାଡି ଫେରାର ହୋଇଯାଇଥିଲେ। କ୍ୟାମ୍ପର ଗାଡିକୁ ଯାଂଚ କରିବା ପରେ ସେଥିରୁ ମଧ୍ୟ ଗଞ୍ଜେଇ ମିଳିଥିଲା। ପୋଲିସ ଉଭୟ ଗାଡିରୁ ୧୯୮ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଜବତ ଗଞ୍ଜେଇ ମାଲକାନଗିରିରୁ କଲକୋତା ଯାଉଥିବା ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ଛାନଭୀନ କରୁଥିବା ଜଣାପଡିଛି।