Odiapua.com

୧୮ ତମ ଜିଲ୍ଲା ଯୋଜନା କମିଟି ବୈଠକ

କୋରାପୁଟ ; ୨୫-୦୯(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ୧୮ ତମ କୋରାପୁଟ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପ୍ରଶାସନ ତରଫରୁ କୋରାପୁଟ ସାଂସଦ ସପ୍ତଗିରି ଉଲକା, ନବରଙ୍ଗପୁର ସାଂସଦ ରମେଶ ମାଝି, କୋଟପାଡ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ, ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ପ୍ରମୁଖଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ରାଜ୍ୟ ହସ୍ତତନ୍ତ ଓ ବୟନ ମନ୍ତ୍ରୀ ତଥା କୋଟପାଡ ବିଧାୟିକା ପଦ୍ମିନୀ ଦିଆନ ଯୋଗଦେଇ ଯୋଜନା ଗୁଡିକ ଉପରେ ଆଲୋକ ପାତ କରିଥିଲେ।ବୈଠକ ଆରମ୍ଭରେ ଯୋଗଦେଇଥିବା ବିଧାୟକ ଓ ସାଂସଦମାନେ ନିଜ ନିଜର ମତ ରଖିଥିଲେ। ବିଜୁ କେବିକେ ଯୋଜନାର ୨୦୧୯-୨୦ର ବାର୍ଷିକ କାର୍ଯ୍ୟଖସଡାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜୁ କେବିକେ ଯୋଜନାର ସଡକ ବିଜୁଳି ଓ ପାଣି ଉପରେ ଆଲୋକପାତ କରାଯାଇଥିଲା। ବିଜୁ କେବିକେ ଯୋଜନା ଅନ୍ତର୍ଗତ ୩୧ ଟି ଡାଇଭରସନ ପ୍ରକଳ୍ପ ଯୋଜନା ତଥା ୫୨୮.୫୭ ଲକ୍ଷ ଟଙ୍କା ର ବିଜୁ କେବିକେ ଯୋଜନା ଅର୍ନ୍ତଗତ ପ୍ରକଳ୍ପକୁ ସହମତି ପାଇଁ ରଖାଯାଇଥିଲା ସେହିପରି୬୯ଟି ନୂଆ ପ୍ରସ୍ତାବିତ ପ୍ରକଳ୍ପ ୨କୋଟି ୮୫ ଲକ୍ଷର ତାହା ବି କାର୍ଯ୍ୟକାରି କରିବାକୁ ଅନୁମୋଦିତ କରିବାକୁ ରଖାଯାଇଥିଲା। ସିଡିପି ୨୦୧୯/୨୦ଅନୁଯାୟୀ କୋରାପୁଟ ଜିଲ୍ଲାର ତୃଣମୂଳ ସ୍ତରରୁ ଜିଲ୍ଲା ଯୋଜନା ବୋର୍ଡରେ ଅନୁମୋଦନ ପାଇଁ ପ୍ରକଳ୍ପ ତଥ୍ୟ ମଗାଯାଇଥିଲା। ଜିଲ୍ଲା ଯୋଜନା ବୋର୍ଡ ପକ୍ଷରୁ ୨୧ କୋଟି ଟଙ୍କାର ବିଭିନ୍ନ ଯୋଜନା ମଞ୍ଜୁରି ପାଇଁ ରଖାଯାଇଥିବା ବେଳେ ଆବଶ୍ୟକୀୟ ଯୋଜନା ଅନୁରୋଧ କରାଯାଇଥିଲା।ନିଜ ଅଂଚଳ ରେ ଅଗ୍ରାଧିକାର ଭିତିରେ କାର୍ଯ୍ୟ କରିବାକୁ ମତ ବ୍ୟକ୍ତ କରାଯାଇଥିଲା। ନବରଙ୍ଗପୁର ସାଂସଦ ରମେଶ ମାଝି ଯୋଗଦେଇ ରାସ୍ତା ଓ ବ୍ରିଜ କାମଗୁଡିକ ଏନବିସିସି ଦ୍ୱାରା କରାଯାଉଥିବା ଓ ଉକ୍ତ ସଂସ୍ଥା ନିମ୍ନ ମାନର କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ। ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ମତ ରଖିଥିଲେ। ସେହିପରି କୋରାପୁିଟ ସାଂସଦ ସପ୍ତଗିରି ଉଲାକା ଗ୍ରାମାଂଚଳ ରେ ମୋବାଇଲ ନେଟୱାର୍କକୁ ଗୁରୁତ୍ୱ ଦେବା ସହ ମୋବାଇଲ ଟାୱାର ସ୍ଥାପନ କରାଗଲେ, ତାହା ସ୍ୱାସ୍ଥ୍ୟଓ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ସମାଦାନ କରାଯାଇପାରିବ ବୋଲି କହିବା ସହ ରାସ୍ତାଘାଟର ଉନ୍ନତି କରଣ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏନବିସିସି ସଂସ୍ଥା ଜିଲ୍ଲାରେ ଠିକ୍ ଭାବେ କାର୍ଯ୍ୟ କରୁ ନଥିବା ସେ ଅଭିଯୋଗ କରିଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତ ିକହିଥିଲେ ନଗଡା ଭଳି କୋରାପୁଟ ଜିଲ୍ଲାରେ ପାଖାପାଖି ୩ ଶହ ଗାଁ ରହିଛି। ୩ ଶହ ଗାଁ କୁ ଚାଲିବାକୁ ରାସ୍ତା ନାହିଁ, ପିଇବାକୁ ପାଣି ଓ ବିଜୁଳି ର ସୁବିଧା ନାହିଁ ସେଗୁଡିକୁପ୍ରାଥମିକତା ଦେବା କଥା। ଗାଁରେ ପିଇବା ପାଣି ଓ ସ୍କୁଲରେ ଶିକ୍ଷକ ନାହାନ୍ତି, ଚାଷର ସୁବିଧା ଦରକାର, ଖାଲି କଲଭଟ କରି ମାଟିରାସ୍ତା କରି ଟଙ୍କା ଖାଇବା ବନ୍ଦ କରାଯାଉ ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ସରକାର ଯୋଜନା କେମିତି ଗାଁକୁ ପହଁଚିପାରିବ ସେ ଦିଗରେ ଜିଲ୍ଲା ଯୋଜନା କମିଟି ଲକ୍ଷ୍ୟ ରଖିଛି ବୋଲି ପ୍ରକାଶ କରିଥିଲେ। ଆଗକୁ ବହୁତ କାର୍ଯ୍ୟକ୍ରମ କରାଯିିବା ନେଇ ସେ ସୂଚନା ଦେଇଥିଲେ। ବିଧାୟକ ଓ ସାଂସଦମାନେ ଯେଉଁ ସବୁ ମତ ରଖିଛନ୍ତି, କେଉଁ ସେକ୍ଟରରେ ଅଧିକ ଖର୍ଚ୍ଚ କରାଯିବା ଓ କେଉଁ ସେକ୍ଟରରେ କମ କରାଯିବ ଏହା ସ୍ଥିର କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରକାଶ କରିଥିଲେ। ୧୬୦୪ କୋଟି ଟଙ୍କାର କମ୍ପ୍ରେହେନ୍ସଭିି ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳ ୨୧ କୋଟି ଟଙ୍କାର ଯୋଜନା ଅନୁମୋଦିତ କରାଯାଇଛି ଏବଂସମସ୍ତ ବିଧାୟକ, ସାଂସଦ ଓ ଯୋଜାନ ବୋର୍ଡ ସଦସ୍ୟ ମାନଙ୍କ ମତାମତ ନିଆଯାଇ କାର୍ଯ୍ୟକରାଯିବ ବୋଲି ସେ ସୂଚନା ଦେଇଥିଲେ।ଯୋଜନା ମଧ୍ୟରେ କୃଷି, ଫଳ ଉଦ୍ୟାନ, ସୋଲାର ମାଧ୍ୟମରେ ପିଇବା ପାଣି, ଅଚଳ ପ୍ରକଳ୍ପ ଗୁଡିକର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଥିଲେ। କୋରାପୁଟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ଲକ୍ଷ୍ମିଧର ବିଶ୍ୱାଳ ଉପସ୍ଥାପନା କରିଥିବା ବେଳେ ଜିଲ୍ଲାପରିଷଦ ଜିଲ୍ଲାପରିଷଦ ଉପାଧକ୍ଷ ନାର୍ସୁଲୁ କାମୁଡି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍ଗୁ କୁମାରୀ, କୃଷି ଉପନିର୍ଦ୍ଦେଶକ ପ୍ରମୋଦ ମହାନ୍ତି, ଉଦ୍ୟାନ ଉପନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା, କୋରାପୁଟ ସମନ୍ନିତ ଅ।।ଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ଜୟପୁର ପିଏ ଆଇଟିଡିଏ ଜି.ସାରକା, ଜଳବିଭାଜିକା ଉପନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ଜିଲ୍ଲା ସାମାଜିକ ସୁର୩ା ଅଧିକାରୀ ସିମାଞଳ ମହାପାତ୍ର, ଭାରପ୍ରାପ୍ତ ସିଡିଏମଓ ଡାକ୍ତର ଅରୁଣ କୁମାର ପାଢୀ, କଫି ଉନ୍ନୟନ ଟ୍ରଷ୍ଟର ଏପିଡି ଦୟାନିଧି ବାଘ ପ୍ରମୁଖ ଉପସ୍ଥିତ ଥିଲେ।