Odiapua.com

୧୫ରୁ କୋର୍ଟ କାର୍ଯ୍ୟରେ ଯୋଗଦେବେ କୋରାପୁଟ ଆଇନଜୀବୀ

କୋରାପୁଟ ୦୧-୦୨(ଓଡିଆ ପୁଅ /ରଂଜନ ଦାସ) ଆସନ୍ତା ୧୫ ତାରିଖରୁ କୋରାପୁଟର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି  ଆୟୋଜିତ ସାଧାରଣ ପରିଷଦ ବୈଠକରେ ନିଷ୍ପତି ନିଆଯାଇଥିବା ସଂଘର ସଂପାଦକ ମନୋରଞନ ରାଉତରାୟ ସୂଚନା ଦେଇଛନ୍ତି ।ସୋମବାର ଦିନ କୋର୍ଟ ପରିସରରେ ସଂଘର ସଭାପତି ଅଜିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ହାଇକୋର୍ଟରେ ବର୍ତମାନ ଭର୍ଚୁଆଲ ମୋଡରେ ମାମଲାଗୁଡିକର ଶୁଣାଣୀ ଚାଲିଥିବା ବେଳେ ଫେର୍ବୁଆରୀ ୧୫ ତାରିଖରୁ ଫିଜିକାଲ ମୋଡରେ ମାମଲାଗୁଡିକର ଶୁଣାଣୀ ହେବ ବୋଲି ଜାନୁ।।ରୀ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ତେବେ କୋରାପୁଟ ଓକିଲ ସଂଘର ସଦସ୍ୟମାନେ ଫେର୍ବୁଆରୀ ୧୫ ତାରିଖରୁ ନିୟମିତ କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି ଆଜିର ବୈଠକରେ ନିଷ୍ପତି ହୋଇଥିବା  ସଂପାଦକ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି ।ଏହି ବୈଠକରେ ଉପସଭାପତି ନୃପେନ୍ଦ୍ର ନାରାୟଣ ବାଘ ,କୋଷାଧ୍ୟକ୍ଷ ରମେଶ ନାୟକ ,କମଲ କୁମାର ଖରା ,ପ୍ରଶାନ୍ତ ପାତ୍ର ,ଅଶୋକ କୁମାର ଷଡଙ୍ଗୀ ,ନିତ୍ୟାନନ୍ଦ ମହାନ୍ତି ,ତାରିଣୀ ଚରଣ ପାତ୍ର ,ଏଲିନା ବେହେରା ,ରଶ୍ମିତା ଦାସ ,ସୁଜାତା ନାୟକ ,ଉଦୟ ହୋତା ,ଲଲାଟେନ୍ଦୁ ପାଣି ,ଉତମ ମିଶ୍ର ,ସୁସାନ୍ତ କାର୍ତିକ ,କମଳାକାନ୍ତ ଦାସ ,ଜାମି ସନ୍ତୋଷ ,ସୁଦର୍ଶନ ଗୈାଡ ,ସୁନିଲ ଜେନା ,ନିମାଇଁ ସରକାର ,ମୁତ୍ୟାଲୁ ରାଓ ,ଏନ.ଗୋବିନ୍ଦ ,ଗୋପୀନାଥ ମୂର୍ତି ,ତୁଲୁ ପଟନାୟକ ,ଶରତ ଆଚାର୍ଯ୍ୟ ,ସରୋଜ ପଟନାୟକ ,ଦୀପଙ୍କର ପାଣିଗ୍ରାହୀ , ରୂପକ ତୁରୁକ ପ୍ରମୁଖ ଉପସ୍ଥିତ ଥିଲେ ।