Odiapua.com

୧୦ ରେ ଡୁମୁରିପୁଟ ହାଇସ୍କୁଲଠାରେ କୋରାପୁଟ ବ୍ଲକସ୍ତରୀୟ ପରବ

କୋରାପୁଟ ; ତା୦୨-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଆସନ୍ତା ୧୦ ତାରିଖଦିନ ଡୁମୁରିପୁଟ ହାଇସ୍କୁଲଠାରେ କୋରାପୁଟ ବ୍ଲକ ସ୍ତରୀୟ ପରବ ପାଳନ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝିଙ୍କ ଅଧ୍ୟକ୍ଷତାେରେ ଆୟୋଜିତ ବୈଠକରେ ବିଡିଓ ନରେନ୍ଦ୍ର ନାୟକ ଯୋଗଦେଇ ପରବ ପାଳନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ପରବ ପାଳନ ଉପଲକ୍ଷେ ବିଭିନ୍ନ କମିଟି ଗଠନ କରାଯାଇଥିଲା ।ପଂଚାୟତ ଓ ବ୍ଲକସ୍ତରରେ ଚଳିତ ବର୍ଷ ପରବ ପାଳନ କରିବାକୁ ଜିଲ୍ଲାସ୍ତରରେ ବୈଠକରେ ନିଷ୍ପତି ନିଆଯାଇଥିଲା ।କିନ୍ତୁ କୋରାପୁଟ ବ୍ଲକର ମସ୍ତିପୁଟ ଓ କେନ୍ଦାର କେବଳ ୨ ଟି ପଂଚାୟତରେ ହିଁ ପରବ ପାଳନ କରିବାକୁ ବୈଠକରେ ନିଷପତି ନିଆଯାଇଥିବା ଜଣାପଡିଛି ।ଏହି ବୈଠକରେ କୋରାପୁଟ ତହସିଲଦାର ନେହେରୁ ମାଝି , ଅତିରିକ୍ତ ବିଡିଓ ସଦାଶିବ ଅଧିକାରୀ , ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି , କୋରାପୁଟ ବ୍ଲକ କଂଗ୍ରେସ କମିଟି ଅଧ୍ୟକ୍ଷ ବାବୁଲା ବେନିଆଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।କୋରାପୁଟ ବ୍ଲକର ଭାରପ୍ରାପ୍ତ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ସୁରେଶ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।