Odiapua.com

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

କୋରାପୁଟ ; ତା୨୩-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବନ ବିଭାଗ ଦ୍ୱାରା ଦଶମନ୍ତପୁର ବ୍ଲକର ପୋଡାଗଡ ଗ୍ରାମରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରା ଯାଇଛି। ଜଣକ ଘର ନିକଟରେ ଏକ ବିରାଟ ଅଜଗର ଦେଖିବା ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଫରେଷ୍ଟର ସୁନୀତା ସ୍ୱାଇଁ, ବାଦଲ ମହାନ୍ତି ଏବଂ ସାପ ଧରାଳୀ ପ୍ରତୀକ ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚି ଅଜଗରକୁ ଧରି କୋରାପୁଟ ରେଂଜ ଅଫିସକୁ ନେଇ ଆସିଥିଲେ। ରବିବାର ଦିନ ଅଜଗରକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା ବୋଲି କୋରାପୁଟ ରେଂଜ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ ସୂଚନା ଦେଇଥିଲେ।