Odiapua.com

ହେମାଙ୍କ ଘର ବାହୁଡାକୁ ନେଇ କଂଗ୍ରେସରେ ଅସନ୍ତୋଷ

କୋରାପୁଟ ୧୩-୦୨ ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟର ପୂର୍ବତନ ସାଂସଦ ହେମା ଗମାଙ୍ଗ କଂଗ୍ରେସ ଦଳକୁ ଫେରିବେ ବୋଲି ଗଣ ମାଧ୍ୟମରେ ପ୍ରଚାର ହେବା ପରେ ଜିଲା କଂଗ୍ରେସ ଭିତରେ ଅସନ୍ତୋଷ ଦେଖା ଦେଇଛି। ହେମା ଯଦି କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥିନୀ ହେବା ଲାଳଶାରେ କଂଗ୍ରେସ ଦଳକୁ ଫେରୁଥିଲେ ତାକୁ ଦଳ ବରଦାସ୍ତ କରିବ ନାହିଂ ବୋଲି ରୋକଠୋକ୍ ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଶୁଣାଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ହେମା ତାଙ୍କୁ ପୋନ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ପ୍ରବର୍ତାଉଥିଲେ ହେଲେ ଆଜି କଣ ହେଲା ସେ କଂଗ୍ରେସକୁ ଫେରିବାର ନିଷ୍ପତି ନେଇଛନ୍ତି ବୋଲି ବାହିନୀପତି ପ୍ରଶ୍ନ ଉଠାଇଛନ୍ତି। ସେହିପରି ହେମାଙ୍କ ଘର ବାହୁଡାକୁ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେଶିକା ମଧ୍ୟ ନାପସନ୍ଦ କରିଛନ୍ତି। ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ଗମାଙ୍ଗ ପରିବାର ଯୋଗୁଁ କଂଗ୍ରେସ୍ ହାରିଥିଲା ବୋଲି କୁଲେଶିକା ପ୍ରତିକ୍ରିୟା ଦେଇଛନ୍ତି। ସେ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କୁ ଏ ସମ୍ପର୍କରେ ଜଣାଇବେ ବୋଲି କହିଥିବାବେଳେ ହେମା ଗମାଙ୍ଗ କଂଗ୍ରେସକୁ ଫେରିଲେ ଦଳର ଲାଭ ଅପେକ୍ଷା ଅଧିକ କ୍ଷତି ହେବ ବୋଲି କୁଲେଶିକା କହିଛନ୍ତି।