Odiapua.com

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର  ନୂତନ ଅତ୍ୟାଧୁନିକ ଏଲଏଚବି ରେକର ଶୁଭାରମ୍ଭ

କୋରାପୁଟ ୧୦-୦୯(ଓଡିଆ ପୁଅ /ରଂଜନ ଦାସ)ଭୁବନେଶ୍ୱରଠାରୁ ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଏବେ ନୂତନ ଏଲଏଚବି କୋଚରେ ଚଳାଚଳ କରିବ ।ଆଜି ପବିତ୍ର ଗଣେଷ ପୂଜା ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଭିଡିଓ କନଫରେନ୍ସି ମାଧ୍ୟମରେ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଥିଲେ ।ଏହି ଅବସରରେ କୋରାପୁଟ ଷ୍ଟେସନଠାରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇଥିଲେ ।ନୂତନ ରେକ ପ୍ରଦାନ କରାଯାଇଥିବାରୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧନ୍ୟବାଦ ଜଣାଇଥିଲେ ।ଏଲଏଚବି ରେକ ପୁରୁଣା ରେକଠାରୁ ବହୁତ ଗୁଣରେ ଭଲ ,ସୁବିଧା ଓ  ଯାତ୍ରୀମାନଙ୍କୁ ସୁରକ୍ଷା ଦେବାରେ ସକ୍ଷମ ବୋଲି କୋରାପୁଟ ଏଡିଇଏନ ଏଲ.ବି.ଜେନା ପ୍ରକାଶ କରିଛନ୍ତି । ଏହାର ବେଗ ଅଧିକା ରହିଥିବା ହେତୁ ଟ୍ରାକର ଉନ୍ନତିକରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଏଲଏଚବ ିରେକ ପାରମ୍ପରିକ ଆଇସିଏଫ ରେକଠାରୁ ଅଧିକା ୧.୭ ମିଟର ଲମ୍ବା ଯାହା ବସିବାର କ୍ଷମତା ବଢାଇଥାଏ ବୋଲି ଜଣାପଡିଛି ।ପୂର୍ବତନ ବିଧାୟକ ନିମାଇଁ ସରକାର ,ଏଡିଏମଓ କେ.ଭୋଜରାଜୁ ,ଏଡିଏମଇ ଏମ.ମୀନା ପ୍ରମୁଖ ଉପସ୍ଥିତ ଥିଲେ ।ଏବେ ନୂଆରୂପରେ ହୀରାଖଣ୍ଡ ଟ୍ରେନକୁ ଓଡିଶା ,ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟବାସୀ ଦେଖିବେ ବୋଲି ଜଣାପଡିଛି ।