Odiapua.com

ହାର୍ଡକୋର ମିଲିସିଆ ଗିରଫ

କୋରାପୁଟ ୨୭-୦୪-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ନନ୍ଦପୁର ବ୍ଲକ ହାତୀବାରି ପଂଚାୟତର ତକ୍ରାଳୀନ ସରପଂଚ ଜଗନ୍ନାଥ ଖରା ହତ୍ୟା ଘଟଣାରେ ସମ୍ପୃକ୍ତ ମିଲିସିଆକୁ କୋରାପୁଟ ଜଲ୍ଲା ପୋଲିସ ଗିରଫ କରିଛି। ଗିରଫ ମିଲିସିଆୀ ନନ୍ଦପୁର ଏରିଆ କମିଟିର ପାଡୁଆ ଥାନା ଅନ୍ତର୍ଗତ ତଳ କୋଣ୍ଡାପାଲି ଗ୍ରାମର ଜୟରାମ ଖୀଲ ବୋଲି ଜଣା ପଡିଛି। ହାତିବାରି ସରପଂଚ ଜଗନ୍ନାଥ ଖରା ହତ୍ୟା ଘଟଣାରେ ଜୟରାମ ବିରୁଦ୍ଧରେ ପାଡୁଆ ଥାନାରେ ଏକ ମାମଲା(କେଶ୍ ନଂ-୬୮/୮-୮-୨୦୧୭)ରୁଜୁ କରା ଯାଇଥିଲା। ଗତକାଲି ରାତିରେ ଜୟରାମକୁ ପାଡୁଆ ପୁଲିସ ଗିରଫ କରିଥିବା ଏସପି ଡା.କନୱାର ବିଶାଲ ସିଂହ ସୂଚନା ଦେଇଛନ୍ତି। ୨୦୧୭ ଅଗଷ୍ଟ ୮ତାରିଖ ରାତିରେ କେତେକ ମାଓବାଦୀଙ୍କ ସହ ମିଶି ହାତୀବାରି ଗ୍ରାମରେ ପହଂଚି ସରପଂଚ ଜଗନ୍ନାଥ ଖରାକୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ଏକ କମାଣ୍ଡର ଜିପ୍, ମୋଟର ସାଇକଲ୍ ଓ ଟ୍ରାକ୍ଟରକୁ ପୋଡି ଦେଇଥିଲେ। ଜୟରାମ ବିରୁଦ୍ଧରେ ପାଡୁଆ ଥାନାରେ ଅନ୍ୟ ଏକ ମାମଲା ମଧ୍ୟ ରହିଥିବା ଏସପି ସୂଚନା ଦେଇଛନ୍ତି। ୨୦୧୭ ଜୁନ୍ ୨୭ତାରିଖରେ ଜୟରାମ ବିରୁଦ୍ଧରେ ପାଡୁଆ ଥାନାରେ ଏସ୍କାଭେଟର ମେସିନ୍ ଓ ଅନ୍ୟାନ୍ୟ ଯଂନ୍ତ୍ରପାତି ପୋଡିବା ଅଭିଯୋଗରେ ଧାରା ୧୪୭/୧୪୮/୧୨୦(ବି)/୪୩୫/୫୦୬/୧୪୯ଆଇପିସି/୧୬/(୧)(ବି)/୧୮/୨୦ ୟୁଏପି ଆକ୍ଟ/୨୫/୨୭ ଆର୍ମ ଆକ୍ଟରେ (କେଶ୍ ନଂ-୫୭/ମାମଲା ରୁଜୁ ହୋଇଥିବା ଏସପି ଗମ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ସେହିପରି ଗିରଫ ହାର୍ଡକୋର୍ ମାଓବାଦୀ ଜୟରାମ ଖୀଲ ଆରୁକୁର ତେଲୁଗୁ ଦେଶମ୍ ପାର୍ଟି ବିଧାୟକ କିଦାରି ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ସିବେରୀ ସୋମାଙ୍କ ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ଥିବା ଜଣା ପଡିଛି। ୨୦୧୮ ସେପ୍ଟେମ୍ବର ୨୩ରେ ଉଭୟ ବିଧାୟକ ଏବଂ ପୂର୍ବତନ ବିଧାୟକ ବିଶାଖାପାଟଣା ଜିଲା ଡୁମୁରିଗୁଡା ଥାନା ଲିଭିଟିପୁଟ ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବା ସମୟରେ ମାଓବାଦୀ ଆକ୍ରମଣ ହୋଇଥିଲା। ମାଓବାଦୀ ସର୍ବେଶ୍ୱର ରାଓ ଓ ସିବେରି ସୋମାଙ୍କୁ ଅପରହଣ କରି ନିକଟସ୍ଥ ଜଙ୍ଗଲରେ ଗୁଳି କରି ହତ୍ୟା କରିଥିଲେ। ପୁଲିସ ଏହି ଘଟଣାରେ ମଧ୍ୟ ଜୟରାମ ସମ୍ପୃକ୍ତ ଥିବା ସନ୍ଦେହ କରି ଘଟଣାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ସୂଚନା ଦେଇଛି। ଜୟରାମକୁ ପାଡୁଆ ପୁଲିସ୍ କୋର୍ଟ ଚାଲାଣ କରିଥିବାବେଳେ ଏନଆଇଏ ଟିମ୍ କୋରାପୁଟରେ ପହଂଚି ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ବୋଲି ଜଣା ପଡିଛି।