Odiapua.com

ହାଇକୋର୍ଟ ସ୍ଥାୟୀ ବେଂଚ ଦାବି ;ତେଜିଲା ଓକିଲ ଆନ୍ଦୋଳନ ;ଜୁନ ୧୦ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋରାପୁଟ ୩୦-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) ଅବିଭକ୍ତ କୋରାପୁଟ ଜିଲାରେ ଓଡିଶା ହାଇ କୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ନିମନ୍ତେ ଓକିଲଙ୍କ କାର୍ଯ୍ୟବନ୍ଦ ଅବଧି ପୁଣି ବୃଦ୍ଧି କରାଯାଇଥିବା ଜଣାପଡିଛି।ଆସନ୍ତା ଜୁନ ମାସ ୧୦ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟରୁ ବିରତ ରହିବାକୁ କୋରାପୁଟଠାରେ ଆୟୋଜିତ ଅବିଭକ୍ତ କୋରାପୁଟ ଜିଲ୍ଲା କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି। ଉପରେ ଚାପ ସୃଷ୍ଟି କରିବାକୁ ଅବିଭକ୍ତ କୋରାପୁଟ ଜିଲାକୁ ସମ୍ପୂର୍ଣ ଅଚଳ କରି ଦେବାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ଓକିଲ ସଂଘକୁ ଆହ୍ୱାନ୍ ଦେଇଛି। ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟରେ ସୂଦର୍ଶନ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ନବରଙ୍ଗପୁର ଜିଲା ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ, କେନ୍ଦ୍ରୀୟ କମିଟିର ସଭାପତି ଏସ. ଦାଶ, ସହ-ସମ୍ପାଦକ ଗିରୀଧର ରଥ, ଉପ-ସଭାପତି ପିଂଟୁ ମାଝି ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ତଥା ସମୂହ ସ୍ୱାର୍ଥ ପାଇଁ ଅବିଭକ୍ତ କୋରାପୁଟ ଜିଲାର କୌଣସି ସ୍ଥାନରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ।ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ବିଗତ ୫ ବର୍ଷ ହେଲା ଆନ୍ଦୋଳନ କରୁଥିବା ବେଳେ ଗତ ଡିସେମ୍ବର ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି।ଓକିଲମାନେ ଜରୁରୀକାଳୀନ ଭାବେ ଜାମିନ ଆବେଦନ କରିପାରିବେ, ଦେଓାନୀ ମାମଲାରେ ଆବେଦନ କରିପାରିବେ କିନ୍ତୁଜାମିନ ମାମଲା ବ୍ୟତିରୀକ ଅନ୍ୟ କୋଣସି ମାମଲାର ଶୁଣାଣିରେ ଭାଗ ନେବେ ନାହିଁ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିବା ଜଣାପଡିଛି।ଆସନ୍ତା ଜୁନ ୧୦ ତାରିଖରେପୁଣିଥରେ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟିର ବୈଠକ ବସିବ ବୋଲ କମିଟିର ଆବାହାକ ଶରତ କୁମାର ମାଝି ସୂଚନା ଦେଇଥିଲେ। ଏହି ବୈଠକରେ ଓକିଲ ଏନ .. ଅହମ୍ମଦ, ଶଶାନନ୍ଦ ମିଶ୍ର, ବିରେଶ ପଟନାୟକ, କୋରାପୁଟ ସଂଘର ସଂପାଦକ ସୁନୀଲ ଜେନା, ଉପ-ସଭାନେତ୍ରୀ ନମିତା ମହାନ୍ତି, ଆଇନଜୀବି କମଳା ଦାଶ, ମୋତି ରଂଜନ ବେହେରା, ସୁଶାନ୍ତ କାର୍ତିକ, ଅଶୋକ ଷଡଙ୍ଗି, ଏଲିନା ବେହେରା, ସୂଦର୍ଶନ ମାଝି, ସୁଧାଂଶୁ ପାଢୀ, କିଶୋର ପଟନାୟକ, ଏସ.ଜେନା, ଲାଲ ମୋହନ ମିଶ୍ର, ସୁଜାତା ପାଣିଗ୍ରାହୀ, ଜାମି ସନ୍ତୋଷ, ସରୋଜ ପଟନାୟକ, ଉଦୟ ହୋତା, ଦିବାକର ଗୈାଡ, ପି .ସନ୍ୟାସୀ ରାଓ, ରାଜିଆ ବେଗମ, ମନୋରଂଜନ ରାଉତରାୟ, ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ।