Odiapua.com

ହସ୍ପିଟାଲରୁ ନବଜାତକଙ୍କୁ ନେଲେନି ପରିବାର,ମିଶନାରୀ ସଂସ୍ଥାକୁ ହସ୍ତାନ୍ତର

କୋରାପୁଟ ;ତା୧୨-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଯାଆଁଳା କନ୍ୟା ଜନ୍ମଦେଇ ମାଁ ଆର ପାରିକୁ ଚାଲି ଯିବା ପରେ ସେମାନେ ପରିବାର ପାଇଁ ଅଲଡା ହୋଇଗଲେ,ଦୁଇ ସପ୍ତାହ ପରେ ମଧ୍ୟ ନବ ଜାତକ ଯାଆଁଳା ଭଉଣୀଙ୍କୁ ବାପା କିମ୍ବା ପରିବାରର ଅନ୍ୟ ସଦସ୍ୟ ଘରକୁ ନନେବାରୁ ଉଭୟଙ୍କୁ ଶିଶୁ ମଙ୍ଗଳ କମିଟି ଜରିଆରେ ଏକ ମିଶନାରୀ ସଂସ୍ଥାକୁ ହସ୍ତାନ୍ତର କରା ଯାଇଛି । ଘଟଣା ଘଟିଛି ପଟ୍ଟାଙ୍ଗି ବ୍ଲକ କାରିବେଡା ଗ୍ରାମରେ । ସୂଚନା ଅନୁଯାୟୀ, କାରିବେଡା ଗ୍ରାମର ଡମ୍ବରୁ ଯାନୀଙ୍କ ସ୍ତ୍ରୀ କଂସାରୀ ଯାନୀଙ୍କର ଗତମାସ ୨୩ତାରିଖରେ ପ୍ରସବ ଯଂନ୍ତ୍ରଣା ହେବାରୁ ଏକ ଅଟୋରିକ୍ସାରେ ପଟ୍ଟାଙ୍ଗି ହସ୍ପିଟାଲ ନେବାବେେଳେ ବାଟରେ ଯାଆଁଳା ଝିଅ ଜନ୍ମ ହୋଇଥିଲେ । କଂସାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟ ପ୍ରସୂତୀ ଓ ଦୁଇ ନବଜାତ ଶିଶୁକନ୍ୟାଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିଲା । ତେବେ ଚିକିସôାଧୀନ ଅବସ୍ଥାରେ ୨୩ ତାରିଖ ରାତିରେ ପ୍ରସୂତୀ କଂସାରୀ ଯାନୀଙ୍କ ମୃତ୍ୟୁ ହୋଇଥିଲା । ନବଜାତ ଦୁଇ ଶିଶୁକନ୍ୟା ଦୁର୍ବଳ ଥିବାରୁ ସେମାନଙ୍କୁ ୨୪ତାରିଖରେ ପରିବାର ଲୋକଙ୍କ ସହ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠା ଯାଇଥିଲା । ଦୁଇ ଯମଜ ଭଉଣୀଙ୍କୁ ମେଡିକାଲ କଲେଜର ଏସଏନସିୟୁ ବିଭାଗରେ ରଖା ଯାଇ ଚିକିସôା କରା ଯାଉଥିଲା । ସେମାନଙ୍କ ସମ୍ପର୍କୀୟ ତିନି ଚାରି ଦିନ ମେଡିକାଲରେ ରହିବା ପରେ ଘରକୁ ଚାଲି ଯାଇଥିଲେ । ପ୍ରାୟ ଦୁଇ ସପ୍ତାହର ଚିକିସôା ପରେ ନବ ଜାତକ ଦୁଇ ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରିବାକୁ ମେଡିକାଲ କର୍ତୂପକ୍ଷ ପରିବାର ଲୋକଙ୍କୁ ଖୋଜିଲେ । ହେଲେ ହସ୍ପିଟାଲରେ ଆଉ କାହାର ଦେଖା ମିଳିନଥିଲା । ତିନିଚାରି ଦିନ ଅପେକ୍ଷା କରିବା ପରେ ମେଡିକାଲ କଲେଜ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସୂଚନା ପାଇଁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ମେଡିକା କଲେଜକୁ ଯାଇ ସମସ୍ତ ବିଷୟ ବୁଝିବା ପରେ ଦୁଇ ଶିଶୁକନ୍ୟାକୁ ଆଣି ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲେ । ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଡଃ.ଗାୟତ୍ରୀ ଦେବୀ ଯାଆଁଳା କନ୍ୟାଙ୍କୁ ଲାଳନ ପାଳନ ପାଇଁ କୋରାପୁଟର ଏକ ମିଶନାରୀ ଅଫ୍ ଚେରାଇଟି ସଂସ୍ଥାକୁ ହସ୍ତାନ୍ତର କରିଛନ୍ତି ।