Odiapua.com

ହର ଘର ତିରଙ୍ଗା ସଚେତନତା ଶୋଭାଯାତ୍ରା

କୋରାପୁଟ ୦୭-୦୮ (ଓଡିଆ ପୁଅ/ ରଞ୍ଜନ ଦାସ) କୋରାପୁଟ ମୁଖ୍ୟ ଡାକଘର ଆନୁକୁଲ୍ୟରେ ସଦର ମହକୁମାରେ ହର ଘର ତିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ମୁଖ୍ୟ ଡାକଘରରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।ଏହି ଶୋଭାଯାତ୍ରାରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଦୁଇଟି ସ୍କୁଲର ଛାତ୍ରଛାତ୍ରୀ ଓ ଡାକଘରର କର୍ମଚାରୀ ମାନେ ଯୋଗଦେଇଥିଲେ। ପୋଷ୍ଟ ମାଷ୍ଟର ଶୁଭ୍ରାଶିଶ ମଣ୍ଡଳ ଯୋଗ ଦେଇ ପରିଚାଳନା କରିଥିଲେ।ଆଜିଠାରୁ ପୋଷ୍ଟ ଅଫିସରେ ଜାତୀୟ ପତାକା ୨୫ ଟଙ୍କା ମୂଲ୍ୟରେ ବିକ୍ରୀ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ନିବେଦନ କରାଯାଇଛି।