Odiapua.com

ହନୁମାଳରେ ମାଓ ବ୍ୟାନର

କୋରାପୁଟ;ତା୦୫-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା ହନୁମାଳ ଗ୍ରାମରେ ପିଏଲଜିଏ ସପ୍ତାହ ପାଳନ ଅବସରରେ ମାଓ ବ୍ୟାନର୍ ମରା ଯାଇଛି । ବ୍ୟାନର ଗୁମ୍ମା ଆଂଚଳିକ କମିଟି (ସିପିଆଇ ମାଓବାଦୀ) ମାଓବାଦୀ ନାଁରେ ଲେଖା ଯାଇଥିବାବେଳେ ହାତଲେଖା ପୋଷ୍ଟର ମଧୟ ଦେଖିବାକୁ ମିଳିଛି । ପିଏଲଜିଏ ସପ୍ତାହ ପାଳନର ୧୮ବର୍ଷ ପୂର୍ତି ସକାଶେ ଏହାକୁ ସମସ୍ତେ ଧୂମ୍ ଧାମରେ ପାଳନ କରିବାକୁ ଲୋକଙ୍କୁ ଆହ୍ୱାନ୍ ଦିଆ ଯାଇଥିବାବେଳେ ସରକାର ସମସ୍ତ ଗରିବ ଲୋକଙ୍କୁ ଜମି ଯୋଗାଇ ଦେବାକୁ ଦାବି କରା ଯାଇଛି । ଏହା ବ୍ୟତୀତ ସମସ୍ତଙ୍କୁ ଖାଦ୍ୟ ସାମଗ୍ରୀ ଦେବା ସହ ସବୁ ଗାଁରେ ପନି ପରିବା ଚାଷ କରିବା,ଜଙ୍ଗଲର ସୁରକ୍ଷା ନିମନ୍ତେ ଆମ୍ବ,ପଣସ,ନଡିଆ ଗଛ ଲଗାଇ ଗରିବଙ୍କୁ ବାଂଟିଦେବା,ସବୁ ଗାଁରେ ପାନୀୟ ଜଳ,ଡ୍ୟାମ୍ ନିର୍ମାଣ କରି ଜମିରେ ଜଳ ସେଚନ କରିବା,ଗ୍ରାମବାସୀଙ୍କୁ ଶିକ୍ଷା,ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୋଷ୍ଟରରେ ଲେଖାଯାଇଛି ।