Odiapua.com

ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠରେ ସ୍କୁଲ ଖୋଲିବା ନେଇ ବୈଠକ

କୋରାପୁଟ ୭-୧ (ଓଡିଆ ପୁଅ /ରଂଜନ କୁମାର ଦାସ) ରାଜ୍ୟ ସରକାର ୮ ତାରିଖରେ ସ୍କୁଲ ଖୋଲିବା ନିମନ୍ତେ ଘୋଷଣା କରିବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷା ଅତସି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଛାତ୍ରଛାତ୍ରୀମାନେ କିପରି କୋଭିଡ ଗାଇଡଲାଇନକୁ ପାଳନ କରି ସ୍କୁଲ ଆସିବେ ସେଥି ନିମନ୍ତେ ଆଲୋଚନା କରାଯାଇଥିଲା।୧୦ମାସ ପରେ ସ୍କୁଲ ଖୋଲୁଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଥିଲା।ସ୍କୁଲ ଖୋଲାଯାଇଥିବାରୁ ସମସ୍ତ ଅଫିସ ଓ ଶ୍ରେନୀ କକ୍ଷକୁ ବିଶୋଧନ କରାଯାଇଥିଲା।ଆସନ୍ତା ୧୧ ତାରିଖରୁ ଦଶମ ଶ୍ରେଣୀ ନିମନ୍ତେ ସ୍କୁଲ ଖୋଲିବା ନେଇ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି।ବୈଠକରେ ସଂପାଦକ ରାମ ପ୍ରସାଦ ସରାଫ, ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା, ଭବାନୀ ମହାରଣା, ହେମନ୍ତ ଟଙ୍କ, ତପସ୍ୱିନୀ ରାଉତ, ସୁକାନ୍ତ ପାଣି, କ୍ରୀଡା ଶିକ୍ଷକ ଶରତ କୁମାର ଦଳେଇଙ୍କ ସହ ଅଭିଭାବକମାନେ ଉପସ୍ଥିତ ଥିଲେ।